ଦୁର୍ଗମ ଅଞ୍ଚଳରେ ମାନବସେବା : ଜଙ୍ଗଲ ଭିତରେ ଯନ୍ତ୍ରଣାରେ ଛଟପଟ ଗର୍ଭବତୀଙ୍କୁ ପ୍ରସବ କରାଇଲେ ଡ଼ାକ୍ତର

କନ୍ଧମାଳ : ଦୁର୍ଗମ ଅଞ୍ଚଳରେ ମାନବସେବା ପାଇଁ ପୁଣି ଚର୍ଚ୍ଚାରେ ଆଉ ଜଣେ ଡାକ୍ତର। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ପଲମ ଜଙ୍ଗଲରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କ ପ୍ରସବ କରାଇଛନ୍ତି ଡାକ୍ତର ଯଜ୍ଞଦତ୍ତ ରଥ।

ସୂଚନା ଅନୁସାରେ, ଗାଁକୁ ଆମ୍ବୁଲାନ୍ସ ନଆସିବାରୁ ପ୍ରସୂତିଙ୍କୁ ଧରି ପରିବାର ଲୋକେ ଜଙ୍ଗଲ ଭିତର ଦେଇ ଡାକ୍ତରଖାନାକୁ ଯାଉଥିଲେ। ତେବେ ଅଧାବାଟରେ ପ୍ରସବ ବେଦନା ଯୋଗୁଁ ପାହାଡ଼ ରାସ୍ତାରେ ମହିଳା ଜଣକ ଆଉ ଆଗକୁ ଯାଇପାରିନଥିଲେ।

ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଯଜ୍ଞଦତ୍ତ ଏହି ଖବର ପାଇବା ପରେ ଧୁବୁଲାଖମନ ଦେଇ ପାହାଡ଼ ଉପରକୁ ଚଢ଼ି ଜଙ୍ଗଲ ଭିତରକୁ ଯାଇଥିଲେ। ସେଠାରେ ସୁରକ୍ଷିତ ଭାବେ ମହିଳାଙ୍କ ପ୍ରସବ କରାଇବା ପରେ ଉଭୟ ମାଆ ଓ ନବଜାତ ଶିଶୁକୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ।

ଯଜ୍ଞଦତ୍ତଙ୍କ ଏହି କାର୍ଯ୍ୟ ପାଇଁ ସ୍ଥାନୀୟ ବିଡିଓଙ୍କ ସମେତ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।  ଏହାପୂର୍ବରୁ ଗତବର୍ଷ ଚିତ୍ରକୋଣ୍ଡାରେ ଖଟିଆରେ ପ୍ରସୂତିଙ୍କୁ ବୋହି ପ୍ରଶଂସା ପାଇଥିଲେ ଡାକ୍ତର ଓମ୍‌କାର ହୋତା।

ଦେଖନ୍ତୁ ଏହି ଭିଡ଼ିଓ-

You might also like