ରୋଗୀଙ୍କ ଜୀବନ ସହିତ ଖେଳ

ନିରାମୟ ଯୋଜନାରେ ରାଜ୍ୟକୁ ଅାସିଛି ନିମ୍ନମାନର ସାଲାଇନ

ଭୁବନେଶ୍ୱର : ନିରାମୟ ଯୋଜନାରେ ଯୋଗାଣ ପାଇଁ ଅାସିଥିବା ସାଲାଇନ ନିମ୍ନମାନର ବୋଲି ଜଣାପଡ଼ିଛି। ଏନେଇ ନିଗମ ପକ୍ଷରୁ ସଂପୃକ୍ତ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍‌ ସହ ଯୋଗାଣ ସଂସ୍ଥାକୁ କଳାତାଲିକାଭୁକ୍ତ କରାଯାଇଛି। ଫଳରେ ଏହି କଂପାନୀ ଅାଗାମୀ ୩ବର୍ଷ ଯାଏ ନିଗମର କୌଣସି ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବ ନାହିଁ।

୨୦୧୬-୧୭ରେ ନିରାମୟକୁ ସାଲାଇନ ଯୋଗାଇବାକୁ ଟେଣ୍ଡର ନେଇଥିଲା ଗୁଜରାଟର ଏକ୍ୟୁଲାଇଫ କଂପାନୀ। ୨୦୨୦ ମସିହା ଯାଏ ସାଲାଇନର ଅବଧି ଥିଲେ ବି ଏହା ନିମ୍ନ ମାନର ବୋଲି ପରୀକ୍ଷା ବେଳେ ଧରାପଡ଼ିଛି। ଗୋଟିଏ ପରୀକ୍ଷାଗାରରେ ଏହି ସାଲାଇନ ନିମ୍ନମାନର ବୋଲି ଜଣାପଡ଼ିବା ପରେ ଅାଉଏକ ପରୀକ୍ଷାଗାରରେ ସାଲାଇନର ପରୀକ୍ଷା କରାଯାଇଥିଲା।

ଦୁଇଟି ଯାକ ପରୀକ୍ଷାଗାର ନିମ୍ନମାନର ସାଲାଇନ ନେଇ ରିପୋର୍ଟ ଦେଇଥିଲା। ରିପୋର୍ଟ ପରେ ସଂପୃକ୍ତ ସଂସ୍ଥାକୁ ନିଗମ କଳାତାଲିକାଭୁକ୍ତ କରିବା ସହ ସେହି ସାଲାଇନ ଗୁଡ଼ିକୁ ଡାକ୍ତରଖାନାକୁ ଯୋଗାଣ ବନ୍ଦ କରାଯାଇଛି।

You might also like