ନକଲି ସିମେଣ୍ଟ କାରଖାନା ଠାବ, ୬ ଅଟକ
କଟକ : ନକଲି ଗୁଟଖା, ଘିଅ ଓ ତେଲ ପରେ ଏବେ କଟକରେ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି। କଟକ ସଦର ଥାନା ପୀର ବଜାରରେ ନକଲି ସିମେଣ୍ଟ କାରଖାନା ଠାବ କରାଯିବା ସହ ବିପୁଳ ପରିମାଣର ସିମେଣ୍ଟ ଓ ଯନ୍ତ୍ରାଂଶ ଜବତ କରାଯାଛି।
ଏହି ଘଟଣାରେ ୬ ଜଣଙ୍କୁ ପୁଲିସ୍ ଅଟକ ରଖି ପଚରାଉଚୁରା ଜାରି ରଖିଛି। ଗୋଟିଏ ପରେ ଗୋଟିଏ ନକଲି ଜିନିଷ ଠାବକୁ ନେଇ ଲୋକଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି।