୪ ବର୍ଷର ପୁଅକୁ ହତ୍ୟା କଲା ବାପା

ଝାରସୁଗୁଡ଼ା : ୪ ବର୍ଷର ପୁଅକୁ ପିଟି ପିଟି ମାରିଦେଲା ବାପା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା ଭୁର୍ସିମାଲ ଗାଁରେ । ଗାଁର ଦିନେଶ ନାୟକଙ୍କ ୪ ବର୍ଷର ପୁଅ ଶୁଭମ ଗତ ୯ ମାସ ହେବ ଜେଜେ ବାପାଙ୍କ ପାଖରେ ରହୁଥିଲେ। ଗତକାଲି ଦିନେଶ ପୁଅକୁ ଆଣିବା ଲାଗି ଯାଇଥିଲେ।

ତେବେ କୌଣସି କାରଣରୁ ଦିନେଶ ଓ ତାଙ୍କ ବାପାଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ରାଗିଯାଇ ସେ ନିଜ ପୁଅ ଓ ବାପାଙ୍କୁ ଚାପୁଡା ଓ ଗୋଇଠା ମାରିଥିଲା। ଏଥିରେ ଶୁଭମ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଝାରସୁଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଆଜି ଶୁଭମଙ୍କ ମୃତ୍ୟୁ ହୋଇଛି। ଘଟଣା ପରେ ଅଭିଯୁକ୍ତ ବାପା ଦିନେଶ ଫେରାର୍ ହୋଇଯାଇଛି ।

You might also like