ଭଡ଼ା ଘରେ ନିଶା କାରବାର
ଭୁବନେଶ୍ୱର: ଭଡ଼ା ଘରେ ନିଶା କାରବାର। ପୁଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଆଜି ମିଳିତ ଭାବେ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ନିଶାଦ୍ରବ୍ୟ ଜବତ କରାଯାଇଛି।
ସୂଚନା ଅନୁସାରେ, ୟୁନିଟ-୩, ୟୁନିଟ-୪ ଓ ବାଲିଅନ୍ତାରେ ଚଢ଼ାଉ କରାଯାଇ ବ୍ରାଉନ୍ ସୁଗାର, ଗଞ୍ଜେଇ, ଅଫିମ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ୧୦ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି କୁହାଯାଉଛି। ଏଥିସହ ପୁଲିସ୍ ୨ଜଣ ଘର ମାଲିକକୁ ଅଟକ ରଖି ପଚରାଉଚରା ଚଳାଇଛି।
ପୁଲିସ୍ ଓ ଅବକାରୀ ବିଭାଗର ବାରମ୍ବାର ଚଢ଼ାଉ ସତ୍ତ୍ୱେ ବି ରାଜଧାନୀରେ ନିଶା କାରବାର ବନ୍ଦ ହେଉନି। କେତେବେଳେ ବ୍ରାଉନ୍ ସୁଗାର ଜବତ ହେଲାଣି ତ ଆଉ କେତେବେଳେ ଗଞ୍ଜେଇ ଏଭଳି ଅନେକ ନିଶାଦ୍ରବ୍ୟ ଜବତ ହେଉଛି।