କାର୍‌ ବୁକ୍ କରି ଏମିତି ଲୁଟିଲେ…

ଭୁବନେଶ୍ୱର: ରାଜଧାନୀରେ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ। ଭଡ଼ାରେ ଯିବା ବାହାନାରେ କାର୍‌ ବୁକ୍ କରି ଲୁଟିନେଲେ ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ରାତିରେ ଖଣ୍ଡଗିରି ତପୋବନ ଛକରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ଭଡ଼ାରେ ଯିବା ବାହାନାରେ ୨ଜଣ ଦୁର୍ବୃତ୍ତ ପ୍ରଥମେ କାର୍‌ ବୁକ୍‌ କରିଥିଲେ। କାର୍‌ ଆସି ପହଞ୍ଚିବା ପରେ ଦୁର୍ବୃତ୍ତମାନେ ଡ୍ରାଇଭରଙ୍କ ଠାରୁ ଟଙ୍କା ଓ ମୋବାଇଲ୍ ଲୁଟି ନେଇ ପଳାଇଥିଲେ। ଅନ୍ୟପକ୍ଷରେ, ଏହି ଘଟଣାରେ ଆହତ ଡ୍ରାଇଭରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

You might also like