ସାବଧାନ! ଟ୍ରେନ୍‌ରେ ଆସୁଛି ଜାଲ୍ ନୋଟ୍‌

ଭୁବନେଶ୍ୱର: ସାବଧାନ ! ବିମୁଦ୍ରୀକରଣ ପରେ ବି ଜାଲ୍‌ ନୋଟ୍ ଦଲାଲଙ୍କ କବଳରୁ ମୁକ୍ତି ନାହିଁ । ପୁଣି ମାର୍କେଟ୍‌କୁ ଆସିଛି ପୁଳା ପୁଳା ଜାଲ୍‌ ନାଟ୍ । ଆସିଛି ସେହି ଗୋଲାପି ଗୋଲାପି ଜାଲ୍‌ ନୋଟ୍ ଯାହା କେତେବେଳେ ବି ଆପଣଙ୍କ ପାଖକୁ ଆସିପାରେ। ଗୋଟିଏ ଆସିଗଲେ ପାଞ୍ଚଶହ ନ ହେଲେ ଦୁଇ ହଜାର ଟଙ୍କା ଘାଟା ।

ଟ୍ରେନ୍‌ରେ ଚାଲାଣ ବେଳେ ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଆଜି ବିପୁଳ ପରିମାଣର ଜାଲ୍‌ ନୋଟ୍‌ ଜବତ କରାଯାଇଛି। କାମାକ୍ଷା-ଯଶଓ୍ୱନ୍ତପୁର ଏକ୍ସପ୍ରେସ୍‌ରେ ଜାଲ୍ ଟଙ୍କା ଚାଲାଣ ହେଉଥିବା ସୂଚନା ପାଇ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଚଢ଼ାଉ କରି ଏହି ନୋଟ୍ ଜବତ କରିଛି । ଏହି ଚଢ଼ାଉ ବେଳେ ପ୍ରାୟ ୩ ଲକ୍ଷରୁ ଅଧିକ ଟଙ୍କାର ଜାଲ୍ ନୋଟ୍ (୧୫୦ ପିସ୍) ଜବତ କରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର ଟିମ୍ । ଏଥିସହ ଜଣକୁ ଅଟକ ରଖି ପଚରାଉଚରା କରାଯାଉଥିବା ନେଇ ସୂଚନା ମିଳିଛି।

ସୂଚନା ଅନୁସାରେ ଅଟକ ଯୁବକ ଜଣକ ବାଂଲାଦେଶ ସୀମା ପାଖାପାଖି ଅଞ୍ଚଳର ଓ ଜାଲ୍‌ ନୋଟ୍‌ ବାଂଲାଦେଶରୁ ଆସୁଥିବା ସନ୍ଦେହ କରାଯାଉଛି ।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like