ନିଷ୍କାସନ ହୋଇପାରୁନି ବର୍ଷାଜଳ : ଅସରାଏ ବର୍ଷାରେ କଟକ- ସାଲେପୁର ମୁଖ୍ୟ ରାସ୍ତା ଅବସ୍ଥା ଏମିତି

ସାଲେପୁରରେ ତ୍ରୁଟିପୂର୍ଣ୍ଣ ଡ୍ରେନେଜ ବ୍ୟବସ୍ଥା !

ସାଲେପୁର: କଟକ- ସାଲେପୁର ମୁଖ୍ୟ ରାସ୍ତାରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ। ଅସରାଏ ବର୍ଷାରେ ରାସ୍ତା ଉପରେ ଜମି ରହୁଛି ପାଖାପାଖି ଦୁଇ ଫୁଟ୍ ପାଣି। ବର୍ଷାଜଳ ନିଷ୍କାସନ ହୋଇ ପାରୁନଥିବାରୁ ରାସ୍ତାରେ ଯେମିତି କୃତ୍ରିମ ଜଳାଶୟ ସୃଷ୍ଟି ହେଉଛି। ଏଥିସହ କୁଆଁପାଳ ବସଷ୍ଟାଣ୍ଡ ନିକଟରୁ ଥାନା ଛକ ପର୍ଯ୍ୟନ୍ତ ମୁଖ୍ୟରାସ୍ତା ଯେମିତି ମରଣଯନ୍ତା ପାଲଟିଛି। ଏନେଇ ପ୍ରଶାସନକୁ ବାରମ୍ବାର ଜଣାଇବା ପରେ ବି କିଛି ସୁଫଳ ମିଳିପାରୁନାହିଁ।

Drainage problem-2ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ହିଁ ଏହି ମୁଖ୍ୟରାସ୍ତାର ଏଭଳି ପରିସ୍ଥତି ସୃଷ୍ଟି ହୋଇଛି। ଅନ୍ୟପଟେ କେନାଲ କାମ ଅଧାପନ୍ତରିଆ ଭାବେ ପଡ଼ିଥିବାରୁ ଥିବାରୁ ବୁନ୍ଦାଏ ବି ପାଣି ନିଷ୍କାସନ ହୋଇ ପାରୁନି। ଫଳରେ ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ହଜାର ହଜାର ଲୋକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିକି ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ କିଛି ସୁଫଳ ମିଳିପାରୁନାହିଁ। ଯାହାଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ସେପଟେ ଏନେଇ ଅତରିକ୍ତ ତହସିଲଦାର କହିଛନ୍ତି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ।

(ସାଲେପୁରରୁ ମନୋଜ ଆଚାର୍ଯ୍ୟଙ୍କ ରିପୋର୍ଟ)

You might also like