ଆସୁଛି ବର୍ଷା ଋତୁ, ହେଲେ ସରିପାରୁନି ଡ୍ରେନ୍‌ କାର୍ଯ୍ୟ

ସମ୍ବଲପୁର: ଆଗକୁ ଆସୁଛି ବର୍ଷା ଋତୁ। କିନ୍ତୁ ଏପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ସରିପାରୁନି ଡ୍ରେନ୍ କାମ। ଫଳରେ ରାସ୍ତାରେ ଭାସୁଛି ଅଳିଆ ଆବର୍ଜନା ଯୁକ୍ତ ଡ୍ରେନ୍ ପାଣି।

ଆଉ କିଛି ସପ୍ତାହ ପରେ ଆସିଯିବ ମୌସୁମୀ। ତେଣୁ ବର୍ଷା ଦିନ କଥା ଭାବି ଛାନିଆ ସମ୍ବଲପୁର ସହରବାସୀ। ସମ୍ବଲପୁର ମୁଦିପଡ଼ାରେ ବିନା ବର୍ଷାରେ ରାସ୍ତାରେ ଚାଲୁଛି ଡ୍ରେନ୍ ପାଣି।

ଆଉ ଏହି ଅପରିଷ୍କାର ଡ୍ରେନ୍ ପାଣିରେ ଯାତାୟତ କରୁଛନ୍ତି ଲୋକେ। ବର୍ଷା ହେଲେ ରାସ୍ତାରେ କିଭଳି ଡ୍ରେନ୍ ପାଣି ଲହଡି ମାରିବ, ତାହା ନ କହିବା ଭଲ। ଡ୍ରେନେଜ କାମ ସରିପାରୁନଥିବାରୁ ଏବଂ ବର୍ଷା ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା ନ ଥିବାରୁ ଏଭଳି ଅବସ୍ଥା ହୋଇଥିବା କହିଛନ୍ତି ଲୋକେ।

କେବଳ ମୁଦିପଡା ନୁହେଁ, ଜିଲ୍ଲାର ଅନେକ ସ୍ଥାନରେ ଡ୍ରେନେଜ କାମ ବର୍ଷ ବର୍ଷ ଧରି ଚାଲିଛି, କିନ୍ତୁ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଅଳିଆ ଆବର୍ଜନାରେ ଭରପୁର ଡ୍ରେନ୍ ସମସ୍ୟା ନେଇ ଲୋକେ ସିଧାସଳଖ ମ୍ୟୁନିସିପାଲଟିକୁ ଦାୟୀ କରୁଥିବା ବେଳେ ମହାନଗର ନିଗମ କମିଶନର କହିଛନ୍ତି, ଖୁବ୍ ଶୀଘ୍ର କାମ ସରିଯିବ।

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like