ବ୍ରହ୍ମଗିରି: ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା, ଅଲାରନାଥରେ ଡ୍ରେନେଜ ସମସ୍ୟା

ବ୍ରହ୍ମଗିରି: ଦେବସ୍ନାନ ପୂର୍ଣ୍ଣିମା ପରେ ଶୀଜୀଉ ବିଜେ କରିବେ ଅଣସର ଘରକୁ । ଏହି ସମୟରେ ମହାପ୍ରଭୁଙ୍କ ପରିବର୍ତ୍ତେ ଜଗନ୍ନାଥଙ୍କ ପ୍ରତୀକ ଭାବେ ଦର୍ଶନ ଦେବେ ଅଲାରନାଥ।  ଅଲାରନାଥଙ୍କୁ ଦର୍ଶନ ପାଇଁ  ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିବ ।  ହେଲେ ଏବେ ବଡ଼ ସମସ୍ୟା ଭାବେ ଉଭା ହୋଇଛି ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା । ରାସ୍ତାରେ ଲହଡ଼ି ମାରୁଛି ମଇଳା ପାଣି ।

ବ୍ରହ୍ମଗିରି ଜାତୀୟ ରାଜପଥରୁ ନେଇ ମନ୍ଦିର ପର୍ଯ୍ୟନ୍ତ ରହିଛି ଆଣ୍ଠୁଏ ଉଚ୍ଚର ପାଣି ଆଉ କୁଢ଼ କୁଢ଼ ଅଳିଆ । ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥା ପାଇଁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଥିବା ବେଳେ ଏନେଇ ସେମିତି କୌଣସି ପଦକ୍ଷେପ ନିଆଯାଇ ନାହିଁ । ତେବେ ତହସିଲଦାର କହିଛନ୍ତି ଡ୍ରୋଜର ଦ୍ୱାରା ଜଳ ନିଷ୍କାସନ କରାଯାଉଛି ।

You might also like