ଏବେ ବି ପୋଲିସର ହାତ ଖାଲି
ଉତ୍ତରପ୍ରଦେଶ : ବହୁ ଚର୍ଚ୍ଚିତ ଉତ୍ତରପ୍ରଦେଶ ବିଆରଡି ମେଡିକାଲ ଶିଶୁ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଡାକ୍ତର କାଫିଲ ଖାନଙ୍କ ଭାଇଙ୍କୁ ଗୁଳିମାଡ ଘଟଣାରେ ଏବେ ବି ପୋଲିସର ହାତ ଖାଲି। ଅଭିଯୁକ୍ତଙ୍କ ଟେର ପାଉନି ପୋଲିସ। ତେଣୁ ଘଟଣାର ସିବିଆଇ କିମ୍ବା ହାଇକୋର୍ଟର ଜଣେ ବିଚାରପତିଙ୍କ ଦ୍ୱାରା ତଦନ୍ତ କରିବାକୁ କାଫିଲ ଖାନ୍ ଦାବି କରିଛନ୍ତି। ଦିଲ୍ଲୀ ପୋଲିସ ଦ୍ୱାରା ତଦନ୍ତ ହେଲେ ନ୍ୟାୟ ମିଳିବ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।
ଜୁନ ୧୦ରେ କାଫିଲଙ୍କ ଭାଇ କାଶିଫ ଅହମଦଙ୍କୁ କିଛି ଅଜଣା ଦୁର୍ବୁତ୍ତ ଗୁଳିମାଡ କରିଥିଲେ। ଗତବର୍ଷ ଗୋରଖପୁର ବିଆରଡି ମେଡିକାଲ କଲେଜରେ ଅକ୍ସିଜେନ୍ ଅଭାବରେ ୬୦ରୁ ଉର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ମେଡିକାଲରେ ଡାକ୍ତର ଥିବା କାଫିଲ ଖାନ ବାହାରୁ ଅକ୍ସିଜେନ ସିଲିଣ୍ଡର ଆଣି ମେଡିକାଲରେ ପରିସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ହେଲେ ପରବର୍ତ୍ତି ସମୟରେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ତାଙ୍କୁ ୮ ମାସ ଜେଲରେ ବିତାଇବାକୁ ପଡିଥିଲା। ନିଜ ପରିବାର ପ୍ରତି ବିପଦ ଥିବା ଡାକ୍ତର କାଫିଲ ଖାନ ପୂର୍ବରୁ ଅନେକ ଥର ଅଭିଯୋଗ କରିଆସିଥିଲେ।