ଇଚ୍ଛାଧୀନ କୋଟା କେଳେଙ୍କାରୀ ମାମଲା

ଭୁବନେଶ୍ୱର : ଇଚ୍ଛାଧୀନ କୋଟା କେଳେଙ୍କାରୀ ମାମଲାରେ ପଦାକୁ ଆସିଲା ସରକାରଙ୍କ ପାରିବାପଣିଆ। ପାଖାପାଖି ୪ ବର୍ଷରେ ବାତିଲ ହୋଇଛି ମାତ୍ର ୪ଟି ଇଛାଧୀନ କୋଟାରେ ନିଆଯାଇଥିବା ଘର। ଆଉ ଅନ୍ୟ ଇଚ୍ଛାଧୀନ କୋଟା ମାମଲାର ଶୁଣାଣି ହୋଇଛି।

ଏକ ସାମ୍ବାଦିକ ସମ୍ମଳନୀରେ ଏହି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ନିରଂଜନ ପୂଜାରୀ। ଭୁବନେଶ୍ୱର ଡେଭଲପମେଣ୍ଟ ଅଥରିଟି ବା ବିଡିଏର ୭୯୧ଟି ମାମଲା ମଧ୍ୟରୁ ୬୩୨ ମାମଲାର ଶୁଣାଣି ହୋଇଥିବାବେଳେ ବାକି ରହିଛି ୧୫୯। ଠିକ୍ ସେହିଭଳି ସିଡିଏର ୯୨୧ ମାମଲା ମଧ୍ୟରୁ ୧୧୨ଟିର ଶୁଣାଣି ହୋଇଥିବାବେଳେ ୮୦୯ଟି ବାକି ରହିଛି।

ସେପଟେ ଓଡିଶା ରାଜ୍ୟ ଗୃହ ନିର୍ମାଣର ୬୭ ମଧ୍ୟରୁ ୪୯ଟି ଶୁଣାଣି ହୋଇଥିବାବେଳେ ୧୮ଟି ବାକି ରହିଛି। ଇଚ୍ଛାଧୀନ କୋଟାରେ ଫ୍ଲାଟ, ଘର ବାତିଲ କରିବାକୁ ଡିସେମ୍ବର ୨୦୧୪ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲା। ହେଲେ ଇଚ୍ଛାଧୀନ କୋଟାରେ ଆଇଏସ୍, ଆଇପିଏସ୍ ଓ ଅନ୍ୟ ପ୍ରଭାବଶାଳୀ ନେତା ଥିବାରୁ କାର୍ଯ୍ୟାନୁଷ୍ଠାନ ହେଉ ନଥିବା ଅଭିଯୋଗ ହେଉଛି। ଏନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।

You might also like