ବିଡିଏ, ସିଡିଏ ଓ ହାଉସିଂ ବୋର୍ଡକୁ GAର ତାଗିଦ୍‌

ଭୁବନେଶ୍ୱର : ଇଛାଧୀନ କୋଟା କେଳଙ୍କାରୀକୁ ନେଇ ବିଡିଏ, ସିଡିଏ ଓ ହାଉସିଂ ବୋର୍ଡକୁ ସାଧାରଣ ପ୍ରଶାସନ ବିଭାଗର ତାଗିଦ୍‌। ଘର ଓ ପ୍ଲଟ୍‌ ବଣ୍ଟନରରେ ଅନିୟମିତତା ନେଇ ତାରା ଦତ୍ତ କମିଟି କରିଥିବା ସୁପାରିଶକୁ କେତେ କାର୍ଯ୍ୟକାରୀ କରାଯାଇଛି ତାହା ଜଣାଇବା ଲାଗି କହିଛି ସାଧାରଣ ପ୍ରଶାସନ ବିଭାଗ।

୭ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି ଜିଏ । ପୂର୍ବରୁ ମଧ୍ୟ ଅାକ୍ସନ୍ ଟେକେନ୍ ରିପୋର୍ଟ ନେଇ ବିଡିଏ, ସିଡିଏ ଓ ହାଉସିଂ ବୋର୍ଡକୁ ସାଧାରଣ ପ୍ରଶାସନ ବିଭାଗ ରିପୋର୍ଟ ମାଗିଥିଲା। ହେଲେ ଅାଶ୍ଚର୍ଯ୍ୟର ବିଷୟ, ୩ ମାସ ହୋଇଯାଇ ଥିଲେ ମଧ୍ୟ ଏଯାଏଁ କୌଣସି ଉତ୍ତର ମିଳିନଥିବାରୁ ବିଭାଗ ତାଗିଦ କରି ପୁଣି ଥରେ ଚିଠି ଲେଖିଛି।

ରିପୋର୍ଟ ମିଳିବା ପରେ ମୁଖ୍ୟ ଶାସନ ସଚିବ ଏନେଇ ସମୀକ୍ଷା କରିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ବହୁ ପ୍ରଭାବଶାଳୀ ବ୍ୟକ୍ତି, ନେତା ଓ ଅଫିସର ଇଛାଧୀନ କୋଟାରେ ଏକାଧିକ ପ୍ଲଟ୍‌ ଓ ଫ୍ଲାଟ୍ ହାତେଇଥିଲେ। ତେବେ ଏହାକୁ ନେଇ ବିବାଦ ଦେଖାଦେବା ପରେ ତାରା ଦତ୍ତ କମିଟି ଅଭିଯୋଗର ତଦନ୍ତ କରିବା ସହ ବେଅାଇନ ଅାବଣ୍ଟନକୁ ରଦ୍ଦ ଲାଗି ସୁପାରିଶ କରିଥିଲେ। ଏହାକୁ କ୍ୟାବିନେଟ୍‌ ଅନୁମୋଦନ କରିବାର ପ୍ରାୟ ୪ ବର୍ଷ ପରେ ଏଯାଏଁ ମାତ୍ର ୪ଟି ଇଛାଧୀନ କୋଟା ବାତିଲ ହୋଇଥିବା ଜଣାପଡିଛି।

You might also like