ବାରିପଦାରେ ଡବଲ୍ ମର୍ଡର

ବାରିପଦା: ବୃଦ୍ଧ ଦମ୍ପତ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବାରିପଦା ସଦର ଥାନା କୁକୁଡ଼ା ଯୋଡ଼ି ଗାଁରେ ଏଭଳି ଅମାନବୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ପୂର୍ଣ୍ଣ ହେମ୍ବ୍ରମ୍ ଓ ତାଙ୍କ ସ୍ତ୍ରୀ ସଂହ ହେମ୍ବ୍ରମ୍।

ପୂର୍ଣ୍ଣଙ୍କ ମୃତ ଦେହ ଘର ବାହାରେ ରାସ୍ତା ଉପରେ ପଡ଼ିଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ମୃତଦେହ ଘର ଭିତରେ ଖଟିଆରେ ପଡ଼ିଥିଲା। ଗତକାଲି ରାତିରେ କେହି ଦୁର୍ବୃତ୍ତ ସେମାନଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଆଜି ସକାଳେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସୂଚନା ଅନୁସାରେ, ଏହି ଦମ୍ପତିଙ୍କ ଝିଅମାନେ ବାହା ହୋଇ ବାହାରେ ରହୁଥିବା ବେଳେ ପୁଅ ରାଜ୍ୟ ବାହାରେ କାମ କରନ୍ତି। ଗତକାଲି ସେ ନିଜ ଗାଁକୁ ଆସି ଶ୍ୱଶୁର ଘରକୁ ଯାଇଥିଲେ। ବୃଦ୍ଧ ଦମ୍ପତି ଘରେ ଏକାକୀ ଥିଲେ।

ବୃଦ୍ଧ ଦମ୍ପତ୍ତିଙ୍କର କାହା ସହିତ ଶତ୍ରୁତା ନ ଥିବା ବେଳେ କେଉଁ କାରଣରୁ ଆଉ କିଏ ଏହି ହତ୍ୟା କରିଛି, ସେନେଇ ପୁଲିସ୍‌ ତଦନ୍ତ କରୁଛି।

You might also like