ଖୋଲିଲା ବଦ୍ରିନାଥ ଧାମ

ଉତ୍ତରାଖଣ୍ଡ: ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲିଲା ଉତ୍ତରାଖଣ୍ଡର ପ୍ରସିଦ୍ଧ ବଦ୍ରିନାଥ ଧାମ। ହିମାଳୟରେ ଥିବା ଚାରିଟି ପ୍ରମୁଖ ଧାମ ମଧ୍ୟରୁ ବଦ୍ରିନାଥ ଅନ୍ୟତମ। ଆଜି ଭୋର୍ ସାଢ଼େ ୪ଟାରେ କବାଟ ଖୋଲାଯାଇଥିଲା।

ଗତ ଶନିବାର ଠାରୁ ଅପେକ୍ଷା କରିଥିବା ହଜାର ହଜାର ଶ୍ରଦ୍ଧାଳୁ କବାଟ ଖୋଲିବା ମାତ୍ରେ ମନ୍ଦିର ଭିତରକୁ ପ୍ରବେଶ କରି ପ୍ରଭୁଙ୍କ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ।

ଆଜି ବାବା ବଦ୍ରିନାଥଙ୍କ ନିର୍ବାଣ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। କାଲି ଠାରୁ ପ୍ରଭୁଙ୍କର ଶୃଙ୍ଗାର ବେଶ କରାଯାଇ ଆରମ୍ଭ ହେବ ବିଶେଷ ପୂଜାର୍ଚ୍ଚନା। ଏହାପୂର୍ବରୁ ଗତକାଲି ଖୋଲିଥିଲା କେଦାରନାଥ ଧାମ। ଐତିହ୍ୟପୂର୍ଣ୍ଣ ବଦ୍ରିନାଥ ଧାମ୍ ୬ମାସ ଖୋଲା ଏବଂ ୬ ମାସ ବନ୍ଦ ରହିଥାଏ।