ଅପରେସନ୍ କରୁଥିବା ବେଳେ ଡାକ୍ତର ଅଚେତ
ବାଲେଶ୍ୱର : ଓଟିରେ ଡାକ୍ତର ଅଚେତ। ବାଲେଶ୍ୱରରେ ଅପରେସନ୍ କରୁଥିବା ବେଳେ ଅଚେତ ହୋଇପଡିଲେ ଡାକ୍ତର। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗ ଡାକ୍ତର ଗିରିଜା ଦାସ ଅଚେତ ହୋଇ ପଡିଛନ୍ତି।
ଅଚେତ ଡାକ୍ତରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ରକ୍ତଚାପ ବଢ଼ି ଯାଇଥିବାରୁ ସେ ଅଚେତ ହୋଇ ପଡିଥିବା ସୂଚନା ମିଳିଛି। ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଯାଇଛନ୍ତି।