ଡାକ୍ତରଙ୍କ ମଣିଷ ପଣିଆ: ନିଜ ଦେହରୁ ରକ୍ତ ଦେଇ ବଞ୍ଚାଇଲେ ରୋଗୀର ଜୀବନ

କୋରାପୁଟ: ଦୁନିଆରେ ଭଲ ଲୋକ ଅଛନ୍ତି ବୋଲି ଦୁନିଆ ଚାଲିଛି। ଏକଥାର ପ୍ରମାଣ ଆଜି କୋରାପୁଟରେ ଦେଖିବାକୁ ମିଳିଛି। ଜଣେ ଡାକ୍ତର ନିଜ ଦେହରୁ ରକ୍ତ ଦେଇ ବଞ୍ଚାଇଛନ୍ତି ରୋଗୀଙ୍କ ଜୀବନ। ଏହି ଡାକ୍ତରଙ୍କ ମଣିଷ ପଣିଆକୁ ଚାରିଆଡ଼ୁ ପ୍ରଶଂସା ମିଳିଛି।

ଖବର ଅନୁସାରେ କୋରାପୁଟ ଜିଲ୍ଲା ଜୟପୁର ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଶେଷଜ୍ଞ ଡାକ୍ତର ଭୂପତି ଭୂଷଣ ଜେନା ଜଣେ ରୋଗୀଙ୍କୁ ଚିକିତ୍ସା କରୁଥିଲେ। ସେହି ରୋଗୀର ହିମୋଗ୍ଲୋବିନ୍ କମ୍ ଥିବା ଜାଣିବାକୁ ପାଇଥିଲେ ଡାକ୍ତର। ରୋଗୀଙ୍କ ପାଇଁ ସଙ୍ଗେ ସଙ୍ଗେ ୪ ୟୁନିଟ୍ ରକ୍ତ ଆବଶ୍ୟକ ଥିଲା।

ଏହାପରେ ଡାକ୍ତର ଭୂପତି ଜେନା ବିଳମ୍ବ ନ କରି ନିଜେ ରକ୍ତ ଦେଇ ରୋଗୀର ଜୀବନ ବଞ୍ଚାଇଥିଲେ। ବର୍ତ୍ତମାନ ରୋଗୀ ଜଣକ ସୁସ୍ଥ ଥିବା ଡାକ୍ତର କହିଛନ୍ତି।

ଆହୁରି ପଢ଼ନ୍ତୁ

You might also like