ସରକାରୀ ଡାକ୍ତରଖାନାରେ ନାହାଁନ୍ତି ଡାକ୍ତର: ଫେରିଯାଉଛନ୍ତି ରୋଗୀ

ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନାରେ ଡାକ୍ତର ପଦବି ଖାଲି ଫଡ଼ିଛି। ପ୍ରତିଦିନ ସୁନ୍ଦରଗଡ଼ ଜିଲ୍ଲା ସମେତ ପଡ଼ୋଶୀ ଝାଡଖଣ୍ଡ ଓ ଛତିଶଗଡ଼ରୁ ହଜାର ହଜାର ରୋଗୀ ଏହି ମେଡିକାଲକୁ ଆସନ୍ତି। ହେଲେ ଆବଶ୍ୟକ ସଂଖ୍ୟକ ଡାକ୍ତର ନ ଥିବାରୁ ବହୁ ସମୟରେ ଠିକ୍ ଚିକିତ୍ସା ନ ପାଇ ଫେରିଯାଆନ୍ତି ରୋଗୀ।

ଏହି ଡାକ୍ତରଖାନାରେ ବର୍ଷ ତମାମ ପ୍ରତିଦିନ ହଜାରେରୁ ଅଧିକ ରୋଗୀ ଆଉଟଡୋରରେ ଚିକିତ୍ସିତ ହେଉଥିବା ବେଳେ ଇନଡୋରରେ ରୋଗୀଙ୍କ ସଂଖ୍ୟା ପ୍ରାୟ ତିନିଶହ ହେବ। କିନ୍ତୁ ଏଠାରେ ମାତ୍ର ୪୦ ଜଣ ଡାକ୍ତର ଅଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣ ସୁପରିଟେଣ୍ଡେଣ୍ଟ ଓ ଡେପୁଟି ସୁପରିଟେଣ୍ଡେଣ୍ଟ ଅଛନ୍ତି। ଆବଶ୍ୟକ ସଂଖ୍ୟକ ଡାକ୍ତର ନ ଥିବାରୁ ଅନେକ ରୋଗୀ ହନ୍ତସନ୍ତ ହେଉଛନ୍ତି।

ସୁପରିଟେଣ୍ଡେଣ୍ଟଙ୍କ ମାସିକିଆ ରିପୋର୍ଟ ଅନୁସାରେ ଏଠାରେ ୪୨ ଜଣ ଡାକ୍ତରଙ୍କ ଅଭାବ ରହିଛି। ସରକାରୀ ଡାକ୍ତରଙ୍କ ସଂଖ୍ୟା ଏବେ ୩୨ ଥିବା ବେଳେ ଜିଲ୍ଳା ଖଣିଜ ପାଣ୍ଠିରୁ ଆସିଛନ୍ତି ଆଠ ଜଣ ଡାକ୍ତର। ରାଜ୍ୟ ସରକାରଙ୍କ ନୂତନ ଗାଇଡ୍ ଲାଇନ୍‌ ଅନୁସାରେ, ଆରଜିଏଚ୍‌ରେ ସମୁଦାୟ ୭୪ ଜଣ ଡାକ୍ତର ରହିବା କଥା। କିନ୍ତୁ ମାତ୍ର ୪୦ ଜଣ ଡାକ୍ତର ଏଠାରେ ଅଛନ୍ତି।

 

ଆହୁରି ପଢ଼ନ୍ତୁ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

ବୈଜୟନ୍ତ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ଉଚ୍ଛେଦ ହେଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂର ଉଠା ଦୋକାନ

ଓଟିଭି ଏମ୍‌ଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

You might also like