ପୁଣି ଅସମ୍ମାନ: ଅଳିଆବୁହା ଗାଡ଼ିରେ ବୁହାହେଲା ଶବ

ସୋର: ପୁଣି ମୃତଦେହକୁ ଅସମ୍ମାନ ଅଭିଯୋଗ ସାମ୍ନାକୁ ଆସିଛି। ଅଳିଆବୁହା ଗାଡ଼ିରେ ନିଆଯାଇଛି ମଣିଷର ମୃତଦେହଅ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ସୋରରେ।

ମୃତ ବ୍ୟକ୍ତି ଜଣକ ଜଣେ ବୃଦ୍ଧା ବ୍ୟକ୍ତି ବୋଲି ଜଣାପଡ଼ିଛି। ସୋର ମେଡ଼ିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ୩ଦିନ ଧରି ମୃତଦେହ ପଡ଼ିରହିଥିଲେ ମଧ୍ୟ କେହି ଦାବିଦାର ନଥିଲେ। ଶେଷରେ ପୋଲିସ ମୃତଦେହକୁ ପୌର କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲା ବୋଲି ସୂଚନା ମିଳିଛି।

ତେବେ ମୃତବ୍ୟକ୍ତି ଜଣକ କିଏ ? ପ୍ରକୃତରେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇନାହିଁ।

You might also like