ତେଜିଲା ଭୁବନେଶ୍ୱର-ପୁରୀ ବସ୍ ମାଲିକ ସଂଘ ମଧ୍ୟରେ ବିବାଦ

ଭୁବନେଶ୍ୱର: ପୁଣି ତେଜିଲା ଭୁବନେଶ୍ୱର-ପୁରୀ ବସ୍ ମାଲିକ ସଂଘ ମଧ୍ୟରେ ବିବାଦ। ଆଜି ପୁରୀ ମାଲିକଙ୍କ ବସ୍‌କୁ ଅଟକ ରଖିବାକୁ ଭୁବନେଶ୍ୱର ବସ୍‌ ମାଲିକ ସଂଘ ନିଷ୍ପତ୍ତି ନେଇଛି। ବସ୍ ଚଳାଚଳ ସମୟ ନିର୍ଘଣ୍ଟକୁ ନେଇ ୨ ସଂଘ ମଧ୍ୟରେ ବିବାଦ ଲାଗିଛି।

ଭୁବନେଶ୍ୱରରୁ କୌଣସି ଘରୋଇ ବସ୍ ପୁରୀକୁ ଯାଉନଥିବା ବେଳେ ଆଜି ପୁରୀରୁ ଆସିଥିବା ୨ଟି ବସ୍‌କୁ କଳ୍ପନାରୁ ଫେରାଇ ଦିଆଇଯାଇଥିବା ସୂଚନା ମିଳିଛି।

ଗତ ୩ ଦିନ ହେଲା ପାଖାପାଖି ୧୨ଟି ପୁରୀ ବସ୍‌କୁ ଭୁବନେଶ୍ୱର ବସ୍‌ ମାଲିକ ସଂଘ ବରମୁଣ୍ଡା ବସ୍‌ ଷ୍ଟାଣ୍ଡରେ ଅଟକ ରଖିଥିବା ବେଳେ ପୁରୀ ବସ୍‌ ମାଲିକ ସଂଘ ମଧ୍ୟ ଭୁବନେଶ୍ୱର ବସ୍‌କୁ ଅଟକ ରଖିଛନ୍ତି।

ଭୁବନେଶ୍ୱର କେନ୍ଦ୍ରସ୍ଥଳ ହୋଇଥିବାରୁ ଭୁବନେଶ୍ୱର ବସ୍ ମାଲିକ ସଂଘ ଉଦ୍ଦେଶ୍ୟ ମୂଳକ ଭାବେ ପୁରୀ ବସ୍‌କୁ ଚଲାଇ ଦେଉ ନାହାନ୍ତି।  ଆମ ଗାଡ଼ିକୁ ଛାଡ଼ିଲେ ଆମେ ସେମାନଙ୍କ ଗାଡ଼ିକୁ ଛାଡ଼ିବୁ ବୋଲି ପୁରୀ ବସ୍‌ ମାଲିକ ସଂଘ କହିଛି।

ଅନ୍ୟପକ୍ଷରେ, ବସ୍‌ ଅଟକାଇବା ଦ୍ୱାରା ଯାତ୍ରୀମାନେ ହଇରାଣ ହେଉଥିବା ଦେଖିବାକୁ ମିଳୁଛି।

You might also like