ହାଣ୍ଡିଆ ଗ୍ରାମ୍ୟ ସୁରକ୍ଷା ସମିତି ପକ୍ଷରୁ ଧାରଣା

ପାରାଦୀପ  : ପାରାଦୀପ ନିକଟ ଏସାର ଷ୍ଟିଲ କାରଖାନା ମୁଖ୍ୟରାସ୍ତା ଉପରେ ହାଣ୍ଡିଆ ଗ୍ରାମ୍ୟ ସୁରକ୍ଷା ସମିତି ପକ୍ଷରୁ ଧାରଣା। ନିଯୁକ୍ତି, ଥଇଥାନ, କ୍ଷତିପୂରଣ ଭଳି ୯ ଦଫା ଦାବିକୁ ନେଇ ସେମାନେ ଧାରଣା ଦେଇଛନ୍ତି। କାରଖାନା ଲାଗି ହାଣ୍ଡିଆ ଗାଁକୁ ବିସ୍ଥାପିତ କରିବା ପାଇଁ ଏସାର୍ କମ୍ପାନି ଘୋଷଣା କରିଥିଲେ ମଧ୍ୟ ଥଇଥାନର କୌଣସି ବ୍ୟବସ୍ଥା କରାଯାଇନାହିଁ। ତା ଛଡ଼ା ଜମିହରା ବିସ୍ଥାପିତଙ୍କୁ ନିଯୁକ୍ତି ଦିଆ ନଯାଇ ବାହାର ଲୋକଙ୍କୁ ନିଯୁକ୍ତି ଦିଆଯାଉଥିବା ଅଭିଯୋଗ କରିଛନ୍ତି ହାଣ୍ଡିଆ ଗାଁ ଲୋକେ।

ଆଗରୁ କମ୍ପାନି କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନକୁ ଗାଁ ଲୋକେ ଚିଠି ଲେଖିଥିଲେ ମଧ୍ୟ ନ ଶୁଣିବାରୁ ଲୋକେ ଧାରଣା ଦେଇଛନ୍ତି।  ମୁଖ୍ୟ ରାସ୍ତା ଉପରେ ଧାରଣା ଦେଇଥିବାରୁ କମ୍ପାନି ପରିସରକୁ ଶ୍ରମିକ ଓ କର୍ମଚାରୀମାନେ ଯାଇପାରୁ ନାହାନ୍ତି।

You might also like
Comments
Loading...