୨୦୧୮-୧୯ ବର୍ଷର ରାଜ୍ୟ ବଜେଟ୍ ଉପସ୍ଥାପିତ : ୧ ଲକ୍ଷ ୨୦ ହଜାର ୨୮ କୋଟିର ବ୍ୟୟ ଅଟକଳ

ଭୁବନେଶ୍ୱର: ଉପସ୍ଥାପିତ ହୋଇଛି ୨୦୧୮-୧୯ ଆର୍ଥିକ ବର୍ଷର ବଜେଟ୍।  ବିଧାନସଭାରେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଦ୍ୱାରା ଉପସ୍ଥାପିତ। ଏହି ବଜେଟରେ ମୋଟ ବ୍ୟୟ ଅଟକଳ ମୋଟ ୧ ଲକ୍ଷ ୨୦ ହଜାର ୨୮ କୋଟି ରଖାଯାଇଛି।

ସେହିପରି  ପ୍ରଶାସନିକ ବ୍ୟୟ ଅଟକଳ ରହିଛି ୫୦ ହଜାର ୭୬୧ କୋଟି ଟଙ୍କା। ସରକାରଙ୍କୁ ରାଜସ୍ୱ ପ୍ରାପ୍ତିରୁ ୧ଲକ୍ଷ ୨୦୦ କୋଟି ଟଙ୍କା  ରଣ ଏବଂ ଅନ୍ୟାନ୍ୟ ଉତ୍ସରୁ ୧୯ ହଜାର ୬୭୮ କୋଟି ମିଳିବ। ବଜେଟରେ ମାନବ ସମ୍ବଳ ବିକାଶ, ଭୌତିକ ଓ ସାମାଜିକ ଭିତ୍ତିଭୂମି ବିଶେଷ କରି ମହିଳା, ଅନୁସୂଚିତ  ଜାତି ଓ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ, ସଂଖ୍ୟାଲଘୁ ସମ୍ପ୍ରଦାୟ, ଦିବ୍ୟାଙ୍ଗ ଓ ଅବହେଳିତଙ୍କ  ଦ୍ରୁତ  ଓ ସାମଗ୍ରିକ ଉନ୍ନତି ଉପରେ ଗୁରତ୍ୱାରୋପ କରାଯାଇଛି।

ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧୯, ୬୭୮ କୋଟି ବ୍ୟୟବରାଦ କରାଯାଇଥିବା ବେଳେ ସର୍ବଶିକ୍ଷା ଅଭିଯାନ ପାଇଁ ୧୮୦୦ କୋଟି, ମଧ୍ୟାହ୍ନ ଭୋଜନ ପାଇଁ ୮୦୮ କୋଟି, ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ପାଇଁ ୫୦୦ କୋଟି, ମାଗଣା ସ୍କୁଲ ବ୍ୟାଗ, ବହି, ଜୋତା, ସାଇକେଲ ପାଇଁ ୩୦୯ କୋଟି, ବିଦ୍ୟାଳୟ ସ୍ଥାପନା ଓ ପରିଚାଳନା ପାଇଁ ୨୫୦ କୋଟି ବ୍ୟୟବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ଯୋଜନାରେ ୪୦ ହଜାର ପିଲାଙ୍କୁ  ବୃତ୍ତି ଦିଆଯିବ। ସଫଳ ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକ ଏକକାଳୀନ ୫ ହଜାର ଟଙ୍କା ମିଳିବ। ସେହିପରି ଚଳିତ ବର୍ଷ ୨ଲକ୍ଷ ୫୦ ହଜାର ଯୁବକଯୁବତୀଙ୍କ ଦକ୍ଷତା ବିକାଶ ହେବ।

ସେପଟେ ସ୍କୁଲ ଝିଅଙ୍କୁ ମାଗଣା ନାପକିନ୍ ପାଇଁ ୫୦ କୋଟି ବ୍ୟୟବରାଦ କରାଯାଇଥିବା ବେଳେ ଚକ୍ଷୁ ଯତ୍ନ କାର୍ଯ୍ୟକ୍ରମ ସୁନେତ୍ର ପାଇଁ ୫ ବର୍ଷରେ ୬୮୨ କୋଟି ବ୍ୟୟବରାଦ ହୋଇଛି। ସେହିପରି କୃଷି ବଜେଟରେ ଏଥର ୧୬ ହଜାର ୭୬୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଜଳଛାୟା ଉନ୍ନୟନ ପ୍ରକଳ୍ପ ପାଇଁ ୧୫୫ କୋଟି ବ୍ୟୟବରାଦ କରାଯାଇଥିବା ବେଳେ ଉନ୍ନତ ମାନର ବିହନ ଯୋଗାଣ ପାଇଁ ଶହେ କୋଟି, ସାର ଯୋଗାଇବା ପାଇଁ ଶହେ କୋଟିର ଆବର୍ତ୍ତନ ପାଣ୍ଠି, ଉଦ୍ୟାନ କୃଷି ପାଇଁ ୧୦୪ କୋଟି ବ୍ୟୟବରାଦ ହୋଇଛି।

ସେହିପରି ଚାଷୀଙ୍କୁ ସ୍ୱଳ୍ପ ସୁଧରେ କୃଷି ଋଣ ଦେବାକୁ ବ୍ୟବସ୍ଥା କରାଯାଇଛି। ୫୦ ହଜାର ପର୍ଯ୍ୟନ୍ତ ବାର୍ଷିକ ୧% ସୁଧରେ ମିଳିବ ଋଣ। ୫୦ ହଜାରରୁ ଅଧିକ ଋଣ ପାଇଁ ବାର୍ଷିକ ୨% ସୁଧ ଦେବାକୁ ପଡିବ। ଚଳିତ ବର୍ଷ ୨୫ ଲକ୍ଷ ଚାଷୀ ବୀମାଭୁକ୍ତ ହେବେ।  ସ୍ୱଳ୍ପବୃଷ୍ଟି ଅଞ୍ଚଳରେ ମାଣ୍ଡିଆ, ବାଜରା ଚାଷ ପାଇଁ ଶହେ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ମତ୍ସ୍ୟ ଚାଷକୁ ପ୍ରୋତ୍ସାହନ ପାଇଁ ସ୍ୱତନ୍ତ୍ର ବ୍ୟୟବରାଦ ହୋଇଛି। ଜଳାଶୟ, ମତ୍ସ୍ୟ ପାଳନ ଓ ଯାଁଳା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ପାଇଁ ଡଙ୍ଗା କିଣିବାକୁ ସ୍ୱତନ୍ତ୍ର ପ୍ରୋତ୍ସାହନ ଦିଆଯିବ।

ସେହିପରି ମତ୍ସ୍ୟ ଉତ୍ପାଦନ ପାଇଁ ବ୍ଲୁ ରିଭୋଲ୍ୟୁସନ ଆରମ୍ଭ ହେବ। ତେବେ ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମି ପାଇଁ ସ୍ୱର୍ଣ୍ଣ ଯୋଜନା ଆରମ୍ଭ କରାଯିବ। ଏଥିପାଇଁ ୧୦୦ କୋଟି ବ୍ୟୟବରାଦ କରାଯାଇଛି। କୋଣାର୍କରେ ସନ୍ ଆଣ୍ଡ୍ ସ୍ୟାଣ୍ଡ ମାରାଥନ ପାଇଁ ୧୫ କୋଟି ବ୍ୟୟ ଅଟକଳ କରାଯାଇଥିବା ବେଳେ ବିଜୁ ଯୁବ ବାହିନୀ ଯୋଜନା ପାଇଁ ୧୦୩ କୋଟି ବ୍ୟୟବରାଦ କରାଯାଇଛି। ସେହିପରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ ୮୦ କୋଟି ବ୍ୟୟବରାଦ ହୋଇଛି।

ଆହୁରି ପଢ଼ନ୍ତୁ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

You might also like