ଆଗୁଆ ବାତ୍ୟା ମୁକାବିଲା ପ୍ରସ୍ତୁତି

ଭୁବନେଶ୍ୱର: ବର୍ଷା ଋତୁ ଆସିବା ଆଗରୁ ବାତ୍ୟା ମୁକାବିଲା ପାଇଁ ସଚିବାଳୟରେ ପ୍ରାକ୍ ବାତ୍ୟା ସମ୍ପର୍କିତ ଏକ ବୈଠକ ହୋଇଛି। ରାଜ୍ୟରେ ଥିବା ବଡ଼ ବଡ଼ ଠିକାଦାରଙ୍କ ତାଲିକା ପ୍ରସ୍ତୁତ କରିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି। ଏହା ଦ୍ୱାରା ବିପଦ ଆପଦ ସମୟରେ ଠିକାଦାରଙ୍କ ପାଖରେ ଥିବା EARTH MOVING EQUIPMENTS ଯଥା-ଜେସିବି, କ୍ରେନ୍ ଇତ୍ୟାଦି ବ୍ୟବହାର କରାଯାଇପାରିବ।  ଏହାର ତାଲିକା ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରେ ରହିବ।

ବର୍ତ୍ତମାନ ୮୭୯ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଥିବା ବୈଠକରୁ ଜଣାପଡ଼ିଛି। ଆସନ୍ତା ଜୁନ ୧୯ ତାରିଖରେ ସାରା ରାଜ୍ୟରେ ବନ୍ୟା, ବାତ୍ୟା ମୁକାବିଲାର ମକ୍ ଡ୍ରିଲ କରାଯିବ। ଉପକୂଳ ଅଞ୍ଚଳରେ ୧୨୨ଟି ଟାଓ୍ୱାରରେ ସାଇରନ ଜରିଆରେ ଲୋକଙ୍କୁ ସୂଚନା ଦେବାର ବ୍ୟବସ୍ଥା କରାଯିବ ବୋଲି ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ କହିଛନ୍ତି।  ଗୁରୁବାର ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, NDRF, ODRAFର ଅଧିକାରୀ ଉପସ୍ଥିତ ଥିଲେ। SOP ପାଳନ ଲାଗି ସବୁ ବିଭାଗକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ପ୍ରଥମ ଥର ପାଇଁ ଏହି ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ଓ ପୂର୍ତ୍ତ ବିଭାଗର ଅଧିକାରୀ ଯୋଗ ଦେଇଥିଲେ।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like