ସରକାରୀ ପଲିଟେକ୍‌ନିକ୍ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗିର : ବଲାଙ୍ଗିରରେ ସରକାରୀ ପଲିଟେକ୍‌ନିକ୍ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଶାନ୍ତିପଡ଼ାସ୍ଥିତ ଭଡ଼ାଘରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ। ମୃତକ ହେଉଛନ୍ତି ଡିପ୍ଲୋମା ଶେଷ ବର୍ଷର ଛାତ୍ର ଚନ୍ଦ୍ରଶେଖର ବେହେରା। ସେ ବେକରେ ରଶି ଲଗାଇ ଅାତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଗତ କିଛି ଦିନ ହେଲା ଚନ୍ଦ୍ରଶେଖର ଅବସାଦରେ ଥିଲେ ବୋଲି କୁହାଯାଉଛି। ତେବେ କେଉଁ କାରଣ ପାଇଁ ଅାତ୍ମହତ୍ୟା କଲେ, ସ୍ପଷ୍ଟ ହୋଇନାହିଁ। ମୃତଦେହ ଜବତ କରି ଟାଉନ୍ ପୁଲିସ ତଦନ୍ତ ଅାରମ୍ଭ  କରିଛି।

 

You might also like