ସ୍ୱଦେଶ ଫେରିଲେ ଦିବ୍ୟରଂଜନ
ଭୁବନେଶ୍ୱର : ୩ ମାସ ପରେ ପୁଅକୁ ଫେରି ପାଇବା ପରେ ପରିବାରରେ ଖୁସିର ଲହରୀ। ବାପା, ମା ଓ ଭାଇବନ୍ଧଙ୍କୁ ପାଖରେ ପାଇ ଦିବ୍ୟରଂଜନଙ୍କ ମନରେ ଅନେକ ଖୁସି। କେବଳ ଦିବ୍ୟରଂଜନ ନୁହେଁ,ଦୁବାଇରେ ଅଟକ ଥିବା ଅନ୍ୟ ୭ ସଦସ୍ୟ ମଧ୍ୟ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି।
କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏବଂ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ଉଦ୍ୟମ ପରେ ଏମାନେ ସ୍ୱଦେଶ ଫେରିଛନ୍ତି।ଦିବ୍ୟରଂଜନଙ୍କ ପ୍ରତ୍ୟାବର୍ତ୍ତନ ନେଇ କେନ୍ଦ୍ର ସରକାରଙ୍କୁ ଉଭୟ ସାଂସଦ ଅବଗତ ପରେ ଆରମ୍ଭ ହୋଇଥିଲା ପ୍ରକ୍ରିୟା। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଉଦ୍ୟମ ପରେ ଫେରିଛନ୍ତି ଦିବ୍ୟରଂଜନ।
ଗତ ଜାନୁଆରୀ ମାସରେ ମୁମ୍ବାର ଏମରାଲ୍ଡ ମେରାଇନ୍ ମ୍ୟାନେଜମେଣ୍ଟ ସଂସ୍ଥାର ଏକ ଜାହାଜକୁ ଧରି ଦୁବାଇ ଯାଇଥିଲେ କନ୍ଧମାଳ ଜିଲ୍ଲାର ଦିବ୍ୟରଂଜନଙ୍କ ସମେତ ୧୯ଜଣ କ୍ରୁ ମେମ୍ବର। ତେବେ ଆଇନଗତ ପ୍ରକ୍ରିୟାରେ ତ୍ରୁଟି ଯୋଗୁଁ ସେମାନଙ୍କ ପାସପୋର୍ଟ ଏବଂ ଭିସାକୁ ସେଠାରେ ଜବତ କରାଯାଇଥିଲା। ଯାହା ଫଳରେ ସେମାନେ ଫେରିବା ନେଇ ଆଂଶକା ସୃଷ୍ଟି ହୋଇଥିଲା। ଏତେ ଦିନ ପରେ ପୁଅ ଘରକୁ ଫେରିଥିବାରୁ ତାଙ୍କ ମାଆଙ୍କ ମନରେ ଅନେକ ଖୁସି।