ନିର୍ମାଣାଧୀନ ବମିଖାଲ ଓଭର ବ୍ରିଜ୍ ଦୁର୍ଘଟଣାକୁ ନେଇ ତୃତୀୟ ମହଲାକୁ ଟାର୍ଗେଟ କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର: ନିର୍ମାଣାଧୀନ ବମିଖାଲ ଓଭର ବ୍ରିଜ୍ ଦୁର୍ଘଟଣାସ୍ଥଳ ବୁଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ସେ ଘଟଣାସ୍ଥଳକୁ ଯାଇ ବୁଲି ଦେଖିବା ସହ ସ୍ଥାନୀୟ ଲୋକଙ୍କଠାରୁ ପଚାରି ବୁଝିଥିଲେ।
ଏହି ଘଟଣାରେ ଧର୍ମେନ୍ଦ୍ର ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ରାଜଧାନୀରେ ବାରମ୍ବାର ଦୁର୍ଘଟଣା ପରେ ବି ସରକାରଙ୍କ ନିଦ ଭାଙ୍ଗୁନି, ଅନଭିଜ୍ଞ ଠିକାଦାର ଓ ଠିକାଦାରୀ ସଂସ୍ଥାକୁ ପୁନଃ ନିଯୁକ୍ତି ଦିଆଯିବା ନେଇ ପ୍ରଶ୍ନ ଉଠାଇ ସେ ସଚିବାଳୟ ତୃତୀୟ ମହଲାକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି।
ସେପ୍ଟେମ୍ବର ମାସରେ ଏହି ପ୍ରକଳ୍ପରେ ଏପରି ଦୁର୍ଘଟଣା ହୋଇଥିଲା । ଯେତେବେଳେ ଏପରି ଦୁର୍ଘଟଣା ଘଟେ ସେତେବେଳେ ଆଇନଗତ କାର୍ଯାନୁଷ୍ଠାନ ଗ୍ରହଣ କରା ଯାଇ ଥାଏ ଏବଂ ଠିକା ସଂସ୍ଥାକୁ ବ୍ଲାକ ଲିଷ୍ଟ କରା ଯାଏ । ମାତ୍ର ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଲା ଯେ ସେହି ଠିକାଦାର ସଂସ୍ଥା ପୁଣି ଥରେ ଏହି ପ୍ରକଳ୍ପ କାମ କରୁଛି । pic.twitter.com/eyZg8wAHmL
— Dharmendra Pradhan (@dpradhanbjp) 5 May 2018
ରାଜଧାନୀରେ ଦୁର୍ଘଟଣା ଘଟିଲା ପରେ ବି ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁନି। ସରକାରଙ୍କୁ ଅନୁରୋଧ କରୁଛି, ଆଇଆଇଟି ଚେନ୍ନାଇ ଭଳି ଭାରତର ବିଶ୍ୱାସନୀୟ ସଂସ୍ଥା ଦ୍ୱାରା ଯାଞ୍ଚ କରାଯାଉ । ସଂଶୋଧନ ପରିମାର୍ଜନ କରାଯାଉ। ଯେଉଁମାନେ ଏଥିପାଇଁ ଦାୟୀ ଅଛନ୍ତି, ସେମାନଙ୍କୁ ଉଚିତ୍ ଦଣ୍ଡ ଦିଆଯାଉ। pic.twitter.com/jDtmJtDliX
— Dharmendra Pradhan (@dpradhanbjp) 5 May 2018
ଛଅ ମାସ ମଧ୍ୟରେ ଭୁବନେଶ୍ୱରରେ ନିର୍ମାଣାଧୀନ ଫ୍ଲାଇ ଓଭରରେ ଦୁଇ ଥର ଦୁର୍ଘଟଣା ହେବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କର ସ୍ଥାଣୁତା ଓ ଅପାରଗତାର ଚରମ ନିଦର୍ଶନ । କିଛି ମାସ ପୂର୍ବରୁ ଏହି ବିଭାଗର ମନ୍ତ୍ରୀ ସ୍ୱୟଂ ମୁଖ୍ୟମନ୍ତ୍ରୀ ଥିଲେ । pic.twitter.com/yFAREJOsFd
— Dharmendra Pradhan (@dpradhanbjp) 5 May 2018
ଯେଉଁମାନେ ଏଭଳି ଦୁର୍ଘଟଣା ପଛରେ ଅଛନ୍ତି ସେମାନଙ୍କୁ ବାହାରକରି ଉପଯୁକ୍ତ ଦଣ୍ଡ ଦେବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ। ସେପଟେ ଧର୍ମେନ୍ଦ୍ରଙ୍କ ଅଭିଯୋଗ ନେଇ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳି ନାହିଁ।