ଅନୁଦାନ ହିସାବକୁ ନେଇ ମୁହାଁମୁହିଁ ବିଜେଡି ଓ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର : କଳାପାହାଡ଼ ଉପାଖ୍ୟାନକୁ ଆଣି ଆଜି ତୃତୀୟ ମହଲାକୁ ଏଭଳି ଢଙ୍ଗରେ ନିଶାନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୋଦିଙ୍କ ଶାସନରେ ଓଡ଼ିଶାକୁ ଅବଦାନର ଚିତ୍ରକୁ ବିଜେଡି ମିଛ ବୋଲି କହିବା ପରେ ଧର୍ମେନ୍ଦ୍ର ଆଜି ପୁଣି ହିସାବ ରଖିଛନ୍ତି।

ଜାତୀୟ ରାଜପଥ ଅଧିନରେ ୫ ହଜାର ୫୦୦ କିଲୋମିଟର ଭିତରୁ କୋଷ୍ଟାଲ୍ ହାଇୱେ ପାଇଁ ୨୫୦୦ କି.ମି ରାସ୍ତାର ନିର୍ମାଣ ପାଇଁ କେନ୍ଦ୍ର ପଠାଇଥିବା ଅନ୍ତିମ ଅନୁମୋଦନର ଫାଇଲ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପଡ଼ିରହିଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି ଯଦି ଏ ତଥ୍ୟ ଭୁଲ ହୋଇଥିବ ସେ ଭୁଲ ମାଗିବାକୁ ପ୍ରସ୍ତୁତ । ସେହିପରି ଉଜ୍ଜ୍ୱଳାରେ ୬୨ରୁ ୬୩ ଲକ୍ଷ ଗ୍ୟାସ ସଂଯୋଗ, ରେଳ ବଜେଟରେ ୪ ବର୍ଷରେ ୨୦ ହଜାର କୋଟିର ଅନୁଦାନ, ୪୦ ଲକ୍ଷ ଲୋକଙ୍କ ଘରକୁ ବିଜୁଳ ସଂଯୋଗ ପାଇଁ କେନ୍ଦ୍ରର ଅନୁଦାନ କଥା ଭୁଲ ହୋଇଥିଲେ ସେ ଭୁଲ ମାଗିବେ ବୋଲି ବି ଚ୍ୟାଲେଞ୍ଜ କରିଛନ୍ତି। ଧର୍ମେନ୍ଦ୍ର ଏନଆରଇଜିଏସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତଥ୍ୟରେ ବି ସେ ସରକାରଙ୍କୁ କେନ୍ଦ୍ରର ଅବଦାନ ବିଷୟରେ ସତ କହିବାକୁ ଆହ୍ୱାନ ଦେଇଛନ୍ତି।

ମୋଦି ସରକାରଙ୍କ ୪ ବର୍ଷ ଶାସନରେ ଓଡିଶା କଣ ପାଇଛି ତାର ହିସାବ ଦେଇଥିଲେ ଧର୍ମେନ୍ଦ୍ର। ତେବେ ବିଜେଡି ଏହି ହିସାବକୁ ଭୁଲ ବୋଲି କହିବା ପରେ ବିଜେଡି- ବିଜେପି ଭିତରେ ପୁଣି ତୀବ୍ର ହୋଇଛି ତୁ- ତୁ ମେଁ- ମେଁ ରାଜନୀତି।

ଆହୁରି ପଢ଼ନ୍ତୁ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁର ପଶ୍ଚିମବଙ୍ଗରେ ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

You might also like