ରତ୍ନଭଣ୍ଡାର ଚାବି ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ନିରବତା ସନ୍ଦେହ ବଢ଼ାଉଛି ବୋଲି କହିଲେ ଧର୍ମେନ୍ଦ୍ର

ପୁରୀ: ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ସୋସିଆଲ୍ ମିଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ୍। ଛୋଟ ଛୋଟ ଘଟଣାରେ ମୁଖ୍ୟମନ୍ତ୍ରୀ ବୟାନ ରଖୁଥିବା ବେଳେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ନିରବତା ସନ୍ଦେହ ବଢ଼ାଉଛି ବୋଲି କହିଛନ୍ତି ଧର୍ମେନ୍ଦ୍ର।

ସେହିପରି ମୁଖ୍ୟ ପ୍ରଶାସକଙ୍କ ବଦଳି ପରେ ଡୁପ୍ଲିକେଟ୍ ଚାବି ମିଳିବା, ପ୍ରଶ୍ନ ସୃଷ୍ଟି କରିଛି ବୋଲି ଧର୍ମେନ୍ଦ୍ର ଲେଖିଛନ୍ତି। ଏଥିସହ ଚାବି ହଜିବା ପ୍ରସଙ୍ଗକୁ ଶ୍ରୀମନ୍ଦିର ଉପରେ କଳାପାହାଡ଼ ଆକ୍ରମଣ ସହ ଯୋଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ।

ମନ୍ଦିର ପରିଚାଳନା କମିଟିର ମିନିଟ୍ସରେ “1970 ମସିହାରୁ ଆଜି ପର୍ଯ୍ୟନ୍ତ ଭିତର ଭଣ୍ଡାର ଘର ଚାବି ଜମା ରହିବା କିମ୍ବା ପରବର୍ତ୍ତୀ ସମୟରେ ଭିତର ଭଣ୍ଡାର ଖୋଲାଯିବା ସମୟରେ ଟ୍ରେଜେରୀରୁ ଚାବି ଅଣାଯିବାର କୌଣସି ପ୍ରମାଣ ନାହିଁ” ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।

ମାତ୍ର 1970 ମସିହାରୁ ଯଦି ଟ୍ରେଜେରୀରେ ଚାବି ନାହିଁ ତେବେ 1978 ଓ 1985ରେ କେଉଁଠୁ ଚାବି ଆଣି ଭଣ୍ଡାର ଖୋଲାଯାଇଥିଲା ତାହା ସନ୍ଦେହର କୁହେଳିକାକୁ ଆହୁରି ତୀବ୍ର କରୁଛି ବୋଲି ସେ କହିଛନ୍ତି।

ମହାପ୍ରଭୁ ଓଡିଆ ଜାତିର ଇଷ୍ଟ  । ତାଙ୍କର ଶ୍ରୀମନ୍ଦିରର ସମ୍ପତ୍ତି ସଙ୍କଟରେ ଥିବା ନେଇ ଲୋକ ବିବ୍ରତ ଥିବାବେଳେ ଦୀର୍ଘଦିନରୁ ସବୁ ତଥ୍ୟ ଜାଣିଥିବା ମୁଖ୍ୟମନ୍ତ୍ରୀ କେବେ ପାଟି ଖୋଲିବେ ଓ ସାଢେ 4 କୋଟି ଓଡିଆଙ୍କ ମନରେ ଉଠିଥିବା ପ୍ରଶ୍ନର ଉତ୍ତର କେବେ ଦେବେ ତାକୁ ହିଁ ସମସ୍ତଙ୍କ ଅପେକ୍ଷା ବୋଲି ଧର୍ମେନ୍ଦ୍ର ଟ୍ୱିଟ୍‌ କରି କହିଛନ୍ତି।

ଆହୁରି ପଢ଼ନ୍ତୁ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ଦୈନିକ ସାଢେ ୪ ଘଣ୍ଟା ହେବ ଗୃହ କାର୍ଯ୍ୟ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

You might also like