ମହାନଦୀ ଜଳ ବିବାଦ ପ୍ରସଙ୍ଗ: ରମଣ ସିଂହଙ୍କ ମନ୍ତବ୍ୟକୁ ଧର୍ମେନ୍ଦ୍ରଙ୍କ ନିନ୍ଦା

ଭୁବନେଶ୍ୱର: ମହାନଦୀ ଜଳ ପ୍ରସଙ୍ଗରେ ରମଣ ସିଂହଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମହାନଦୀର ପାଣି ନେବା ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଦେଇଥିବା ମନ୍ତବ୍ୟ ନିନ୍ଦନୀୟ ବୋଲି ସେ କହିଛନ୍ତି। ଏଥିସହିତ ଛତିଶଗଡ଼ ଭୁଲ୍ କରିଛି, ହେଲେ ରାଜ୍ୟ ସରକାର ୧୮ ବର୍ଷ ମଧ୍ୟରେ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର।

ନଈର ବାଲ୍‌ଟିଏ ପାଣି ବି ଅଟକାଇବାକୁ କିଛି ବ୍ୟବସ୍ଥା ହୋଇ ନ ଥିବା କହି ସେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମହାନଦୀ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ସହ ସାଲିସ କରାଯିବ ନାହିଁ ବୋଲି ସେ ଦୃଢ଼ଭାବେ କହିଛନ୍ତି। ସେତେବେଳେ ଟ୍ରିବ୍ୟୁନାଲ କଥା କହିଥିଲୁ, ଏବେ ବି ସମାନ କଥା କହୁଛୁ ବୋଲି ବୋଲି ଧର୍ମେନ୍ଦ୍ର ଦୋହରାଇଛନ୍ତି। ଆନ୍ତଃରାଜ୍ୟ ନଦୀଜଳ ବିବାଦ ଆଲୋଚନାରେ ସମାଧାନ ହେଉ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଆନ୍ୟପଟେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ପରେ ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ‘ହନୁ ମଲାବେଳେ ସତ କହେ।’ ଏଥିରେ ରାଜ୍ୟ କଂଗ୍ରେସ ମଧ୍ୟ ତା’ର ପ୍ରତିକ୍ରିୟା ରଖିଛି। ମୋଦି-ଧର୍ମେନ୍ଦ୍ର ଓ ରମଣ ସିଂଙ୍କ ମଧ୍ୟରେ ମହାନଦୀକୁ ନେଇ କିଛି ସ୍ପଷ୍ଟତା ନାହିଁ ବୋଲି କଂଗ୍ରେସ କହିଛି।

 

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like