ମାଓ ପ୍ରବଣ ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି ଓ ବିଏସ୍ଏଫ୍ ଅତିରିକ୍ତ ଡିଜି

ମାଲକାନଗିରି : ମାଓ ପ୍ରବଣ ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ପୋଲିସ ଡିଜି ଓ ବିଏସ୍ଏଫ୍ ଅତିରିକ୍ତ ଡିଜି। ଡିଜିପି ଡାକ୍ତର ଆର୍‌ପି ଶର୍ମା ଓ ବିଏସଏଫ୍ ଏଡିଜି ଅପରେସନ୍ ଅରୁଣ କୁମାର, ଆଉ କିଛି ବରିଷ୍ଠ ପୋଲିସ ଅଫିସରଙ୍କ ସହ ବିଚ୍ଛିନ୍ନାଞ୍ଚଳକୁ ଯାଇ ମାଓ ଦମନ ସ୍ଥିତିର ସମୀକ୍ଷା କରିଛନ୍ତି। ମାଓ ମୁକାବିଲା ଷ୍ଟ୍ରାଟେଜି ଓ ସୁରକ୍ଷାକର୍ମୀଙ୍କ ମୁତୟନ ପ୍ରସଙ୍ଗକୁ ନେଇ ମୁଖ୍ୟତଃ ଆଲୋଚନା ହୋଇଥିଲା। ସେହିପରି ସୁରକ୍ଷାକର୍ମୀ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା, ସଡକ, ଯୋଗାଯୋଗ ବ୍ୟବସ୍ଥା, ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ନେବା ଆଣିବା ବ୍ୟବସ୍ଥାରେ କିପରି ସୁଧାର ଅଣାଯିବ, ସେ ନେଇ ମଧ୍ୟ ବିସ୍ତୃତ ବିଚାର ବିମର୍ଶ ହୋଇଛି। ଏନେଇ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ ଓ ଯୋଡାଆମ୍ବ କ୍ୟାମ୍ପରେ ମୁତୟନ ସୁରକ୍ଷାକର୍ମୀଙ୍କ ମତାମତ ମଧ୍ୟ ନିଆଯାଇଛି।

ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରାୟ, ଆଇଜି ଅପରେସନ ଆର.ପି.କୋଚେ, ମାଲକାନଗିରି ଏସ୍‌ପି ଜଗମୋହନ ମିନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ବିଚ୍ଛିନ୍ନାଞ୍ଚଳ ଗସ୍ତ କରିଥିଲେ।

You might also like