ଜେଲ୍‌ ଗଲେ ଡିଏଫ୍ଓ

ଗଞ୍ଜାମ : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଡିଏଫ୍ଓଙ୍କୁ କୋର୍ଟ ଚାଲାଣ। ଗଞ୍ଜାମ ଦକ୍ଷିଣ ଘୁମୁସର ଡିଭିଜନର ଡିଏଫ୍ଓ ବିଜୟ କେତନ ଆଚାର୍ଯ୍ୟଙ୍କୁ ଭିଜିଲାନ୍ସ ସ୍ପେଶାଲ ଭିଜିଲାନ୍ସ କୋର୍ଟରେ ହାଜର ପରେ ଜେଲ ପଠାଇଛି।

ସୂଚନା ଅନୁଯାୟୀ ତାଙ୍କ ଠାରୁ ୩ କୋଟି ୨୨ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ମିଳିଛି। ଗତ ୨ ଦିନ ତଳେ ଡିଏଫ୍ଓ ବିଜୟ କେତନଙ୍କ ଭଞ୍ଜନଗରସ୍ଥିତ ସରକାରୀ କାର୍ଯ୍ୟାଳୟ ଓ ବାସଭବନ ସମେତ କଟକ, ଭୁବନେଶ୍ୱର ଓ ପୁରୀରେ ଭିଜିଲାନ୍ସ ପକ୍ଷରୁ ଏକକାଳିନ ରେଡ୍ କରାଯାଇଥିଲା। ରେଡ୍ ବେଳେ ମୋଟ ୫ କୋଟି ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା ବେଳେ ସେଥିରୁ ୩ କୋଟି ୨୨ ଲକ୍ଷ ଟଙ୍କାର ସମ୍ପତ୍ତିର ହିସାବ ଦେଇ ନପାରିବାରୁ ତାଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ କହିଛି।

You might also like