ଦକ୍ଷିଣା ଦାବି କରି ସେବାୟତ ଆକ୍ରମଣ କରିଥିବା ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସେବାୟତଙ୍କ ଆକ୍ରମଣରେ ଭକ୍ତ ଲହୁ ଲୁହାଣ ଅଭିଯୋଗ। ମନ୍ଦିର ଭିତରେ ନିୟୋଜିତ ଜଣେ ସେବାୟତଙ୍କ ଆକ୍ରମଣରେ ମହାରାଷ୍ଟ୍ରରୁ ଆସିଥିବା ଜଣେ ଭକ୍ତ ଆହତ ହୋଇଛନ୍ତି। ଏ ନେଇ ସଂପୃକ୍ତ ଭକ୍ତ ଜଣକ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି।

ଆକ୍ରମଣର ଶିକାର ହୋଇଥିବା ଏହି ଭକ୍ତଙ୍କ ନାଁ ଚେତନ ଗନପତ। ଅଭିଯୋଗ ଅନୁସାରେ ଚେତନ ଆଜି ନିଜ ପତ୍ନୀଙ୍କ ସହ ଶ୍ରୀଜିଉଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିର ଯାଇଥିଲେ। ତେବେ ଭିତରେ ପ୍ରବେଶ ବେଳେ ସେବାୟତ ତାଙ୍କୁ ଅତିକମରେ ହଜାରେ କିମ୍ବା ୫ ଶହ ଟଙ୍କା ଦକ୍ଷିଣା ଦେବା ଲାଗି ବାଧ୍ୟ କରିଥିଲେ। ହେଲେ ଚେତନ ଟଙ୍କା ନଦେବାରୁ ତାଙ୍କ ପତ୍ନୀଙ୍କୁ ଧକ୍କା ମାରିଥିଲେ ସେବାୟତ।
ତେବେ ଏହାର ପ୍ରତିବାଦ କରିବାରୁ ଦୁଇ ଜଣ ସେବାୟତ ତାଙ୍କ ବେକରୁ ଚେନ୍ ଝିଙ୍କିବା ସହ ତାଙ୍କୁ ରକ୍ତାକ୍ତ ଆକ୍ରମଣ କରିଥିବା ଚେତନ ଏତଲାରେ ଉଲ୍ଲେଖ କରିଛନ୍ତି।

ସେପଟେ ସେବାୟତଙ୍କ ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ କରାଯାଇଛି। ଭକ୍ତ ଜଣକ ସେବାୟତଙ୍କ ଥାଳିରେ ଥିବା ଜରିରେ ହାତ ପୁରାଉଥିବା ବେଳେ ଏଥିରେ ବାଧା ଦେବାରୁ ଭକ୍ତ ଜଣକ ଆହତ ହୋଇଥିବା ସେବାୟତ ରଘୁନାଥ ମେକାପ ଓ କୃଷ୍ଣଗୋପାଳ ଖୁଣ୍ଡିଆ ଅଭିଯୋଗ କରିଛନ୍ତି। ସିଂହଦ୍ୱାରା ପୋଲିସ ଘଟଣାର ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like