ନୟାଗଡ଼ ଜିଲ୍ଲାରେ ଡେଙ୍ଗୁର ପ୍ରାଦୁର୍ଭାବ

ଡେଙ୍ଗୁ ରୋକିବାକୁ ପ୍ରଶାସନ ପଦକ୍ଷେପ ନେଉନଥିବା ଅଭିଯୋଗ

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଡେଙ୍ଗୁର ପ୍ରାଦୁର୍ଭାବ। ପ୍ରତିଦିନ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧୦ରୁ ଅଧିକ ଡେଙ୍ଗୁ ରୋଗୀ ଅାସୁଥିବା ଜଣାପଡ଼ିଛି। ତେବେ ନିଦା ବିଷ୍ଣୁ ପାଲଟିଛି ପ୍ରଶାସନ ।

ଡେଙ୍ଗୁ  ରୋକିବା ଲାଗି କୌଣସି ପଦକ୍ଷେପ ନିଅାଯାଉନଥିବା ଲୋକେ ଅଭିଯୋଗ କରିଛନ୍ତି। ଏପରିକି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ଡେଙ୍ଗୁ ଓ୍ୱାର୍ଡ ଥିଲେ ବି ଅାକ୍ରାନ୍ତଙ୍କୁ ସେହି ଓ୍ୱାର୍ଡରେ ଭର୍ତ୍ତି କରାଯାଉ ନାହିଁ। ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଡାକ୍ତର।  ଡେଙ୍ଗୁ ଅାକ୍ରାନ୍ତଙ୍କୁ ଉତ୍ତମ ଚିକିତ୍ସା ଦିଅାଯାଉଥିବା କର୍ତ୍ତୃପକ୍ଷ କହିଛନ୍ତି।

 

You might also like