ଜଗତସିଂହପୁରରେ ଡେଙ୍ଗୁ ଆତଙ୍କ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମା ବ୍ଳକ କନାଗୁଳି ଗାଁରେ ଡେଙ୍ଗୁ ଆତଙ୍କ।  ଗାଁର ପ୍ରାୟ ୪୦ରୁ ଅଧିକ ଲୋକ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି।

ରକ୍ତ ନମୁନା ପରୀକ୍ଷାରେ ଡେଙ୍ଗୁ ହେବା ନେଇ ସ୍ପଷ୍ଠ ହେବା ପରେ ସେମାନଙ୍କୁ ପାରାଦୀପ ଏବଂ କଟକ ଏସ୍‌ସିବିରେ  ଭର୍ତ୍ତି କରାଯାଇଛି।  ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଗାଁରେ ଭୟର ବାତାବରଣ ଖେଳିଯାଇଛି। ପ୍ରତେକ ଦିନ ୪ରୁ ୫ଜଣ ରୋଗୀଙ୍କୁ କଟକ କିମ୍ବା ପାରାଦୀପ ନିଆଯାଉଛି।

ସେପଟେ ଗାଁରେ ଡେଙ୍ଗୁ ରୋଗ ବ୍ୟାପୁଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ କୌଣସି ଆଖି ଦୃଶିଆ ପଦକ୍ଷେପ ନିଆ ଯାଉନଥିବା ଅଭିଯୋଗ ହୋଇଛି। ଚିକିତ୍ସା ପାଇଁ ଗାଁରେ ୨ଟି କ୍ୟାମ୍ପ ଖୋଲାଯାଇଛି।  ୧୦ଜଣିଆ ଟିମ୍ ଗାଁରେ ଘରଘର ବୁଲି ଲୋକଙ୍କୁ ମେଡିସିନ୍ ପ୍ରଦାନ କରିବା ସହ ଲୋକଙ୍କୁ ସଚେତନ କରୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି। ଏହାସହ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ଥିବା ସେ ସୂଚନା ଦେଇଛନ୍ତି।

You might also like