କଟକ ଓ ଭୁବନେଶ୍ୱରରେ ଡେଙ୍ଗୁ ଭୟ

କଟକ/ଭୁବନେଶ୍ୱର: କଟକ ଓ ରାଜଧାନୀ ଭୁବନେଶ୍ୱରରେ ଏବେ ଡେଙ୍ଗୁ ଆତଙ୍କ। ଭୁବନେଶ୍ୱରରେ ୪ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ପ୍ରଶାସନିକ ସ୍ତରରେ ଚେତା ପଶିଛି।

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗଠନ ସହିତ ସମସ୍ତ ଔଷଧ ମହଜୁଦ ଥିବା ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି। ଏହାସହିତ ୮ ଶଯ୍ୟା ବିଶିଷ୍ଟ ଏକ ସ୍ୱତନ୍ତ୍ର ୱାର୍ଡ଼କୁ ବି ପ୍ରସ୍ତୁତ ରଖାଯାଇଛି।

ସେହିପରି କଟକରେ ବି ସଜାଗ ହୋଇଛି ସିଏମ୍‌ସି। ଡେଙ୍ଗୁର ମୁକାବିଲା ପାଇଁ ମେୟରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ୱାସ୍ଥ୍ୟ କମିଟି ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ। ଡେଙ୍ଗୁ ବ୍ୟାପିଥିବା ଅଞ୍ଚଳକୁ ବିଶେଷ ଧ୍ୟାନ ଦିଆଯିବା ସହ କେତେକ ଓ୍ୱାର୍ଡରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସିଏମ୍‌ସି କହିଛି।

You might also like