ବେତନଟୀ ଥାନା ବଙ୍ଗଳା ଛକରେ ବସକୁ ଧକ୍କା ଦେଲା ଟ୍ରେନ୍‌ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବାରିପଦା: ବାରିପଦାର ବେତନଟୀ ଥାନା ବଙ୍ଗଳା ଛକରେ କାଲି ବିଳମ୍ବିତ ରାତିରେ ଏକ ବସକୁ ଧକ୍କା ଦେଇଥିଲା ଟ୍ରେନ୍‌। ଦୁର୍ଘଟଣାରେ ବସଟି ଚୁରମାର ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଥିଲେ ଡ୍ରାଇଭର।

ବସ୍‌ରେ କେହି ଯାତ୍ରୀ ନଥିବାରୁ କେହି ମୃତାହତ ହୋଇନଥିବା ଜଣାପଡ଼ିଛି ବସଟି ଭାରସାମ୍ୟ ହରାଇବାରୁ ବଙ୍ଗଳା ଛକରେ ରେଳଧାରଣା ଉପରକୁ ଚାଲିଆସିଥିଲା।

ଏହି ସମୟରେ ବାଲେଶ୍ୱରରୁ ବାରିପଦା ଯାଉଥିବା ଡିଏସ୍‌ୟୁ ଟ୍ରେନ ବସ୍‌କୁ ଧକ୍କା ଦେବା ସହ କିଛି ଦୂର ଘୋଷାଡ଼ି ନେଇଥିଲା। ଦୁର୍ଘଟଣା ବେଳେ ବସ୍‌ରୁ ଡେଇଁ ପଡିବାରୁ ଅଳ୍ପକେ ଡ୍ରାଇଭର ବର୍ତ୍ତିଯାଇଥିଲେ। ଅନ୍ୟପକ୍ଷରେ ବସ୍‌ରେ କେହି ଯାତ୍ରୀ ନଥିଲେ। ଦୁର୍ଘଟଣା ପରେ କିଛି ସମୟରେ ବାଲେଶ୍ୱର-ବାରିପଦା ଡିଏମ୍‌ୟୁ ଟ୍ରେନ ଅଟକି ରହିଥିଲା।

You might also like