ଖୋଲିଲା ମଙ୍ଗଳା ମନ୍ଦିରର ହୁଣ୍ଡି; ବାହାରିଲା ଅଚଳ ନୋଟ୍
କାକଟପୁର: ଦୀର୍ଘ ୧୮ ମାସ ପରେ ଗତକାଲି କାକଟପୁର ମା’ ମଙ୍ଗଳା ମନ୍ଦିରର ହୁଣ୍ଡି ଖୋଲିଛି । ମନ୍ଦିର ଟ୍ରଷ୍ଟ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁ ଦୀର୍ଘଦିନ ହେଲା ବନ୍ଦ ହୋଇପଡିଥିଲା ହୁଣ୍ଡି।
ଦେବୋତ୍ତର କମିଶନଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ହୁଣ୍ଡି ଖୋଲାଯାଇ ଟଙ୍କା ଗଣତି କରାଯାଇଛି । ଗୋଟିଏ ହୁଣ୍ଡିରୁ ୧୧ ଲକ୍ଷ ୭୦ ହଜାର ଟଙ୍କା ଦାନ ଅର୍ଥ ମିଳିଛି । ଏହି ଦାନ ଅର୍ଥ ମଧ୍ୟରୁ ୧୨ହଜାର ଟଙ୍କାର ଅଚଳ ନୋଟ୍ ମଧ୍ୟ ମିଳିଛି। ଏହି ଅଚଳ ନୋଟ୍ ମଧ୍ୟରେ ୫୦୦ଶହ ଟଙ୍କିଆ ଓ ୧୦୦୦ଟଙ୍କିଆ ନୋଟ୍ ରହିଛି।
ଅନ୍ୟ ଏକ ହୁଣ୍ଡିକୁ ଆସନ୍ତା ୧୧ ତାରିଖରେ ଖୋଲାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।