ଦିଲ୍ଲୀ ହାଇକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି : ବଞ୍ଚିଗଲେ ୨୦ ଆପ୍ ବିଧାୟକ
ନୂଆ ଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ଆମ ଆଦମୀ ପାର୍ଟି( ଆପ୍)ର ୨୦ ଜଣ ବିଧାୟକଙ୍କୁ ଜୀବନଦାନ ଦେଇଛନ୍ତି। ଲାଭଜନକ ପଦରେ ଥିବା ମାମଲାରେ ଜାନୁୟାରୀ ୧୯ରେ ୨୦ ଜଣ ବିଧାୟକଙ୍କ ପଦକୁ ରଦ୍ଦ କରିଦେଇଥିଲେ ନିର୍ବାଚନ କମିଶନ। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ବିଚାର ପରେ ଏହି ବିଧାୟକମାନଙ୍କ ସଦସ୍ୟତା ପଦ ବଳବତ୍ତର ରହିଛି।
सत्य की जीत हुई। दिल्ली के लोगों द्वारा चुने हुए प्रतिनिधियों को ग़लत तरीक़े से बर्खास्त किया गया था। दिल्ली हाई कोर्ट ने दिल्ली के लोगों को न्याय दिया। दिल्ली के लोगों की बड़ी जीत। दिल्ली के लोगों को बधाई। https://t.co/eDayHziHSn
— Arvind Kejriwal (@ArvindKejriwal) 23 March 2018
ଦିଲ୍ଳୀ ହାଇକୋର୍ଟର ଦୁଇଜଣିଆ ଖଣ୍ଡପୀଠ ଶୁକ୍ରବାର ଏହି ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟର ନିଷ୍ପତ୍ତି ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲ ଟ୍ୱିଟ୍ କରି କହିଛନ୍ତି ଯେ ଶେଷରେ ସତ୍ୟର ବିଜୟ ହେଲା । ଏହାସହ ଦିଲ୍ଲୀ ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି କ୍ରେଜିୱାଲ । କୋର୍ଟରୁ ଆଶ୍ଵସ୍ତି ମିଳିବା ପରେ ଆପ୍ ନେତା ଅଳକା ଲାମ୍ବା ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି ଯେ ଆପର ୨୦ ବିଧାୟକଙ୍କ ସଦସ୍ୟ ପଦ କାଏମ ରହିବ ଏବଂ ଯେଉଁ ଲୋକେ ସରକାର ଭଙ୍ଗ କରିବାକୁ ଉଦ୍ୟମ କରୁଥିଲେ ସେମାନଙ୍କୁ ଏହା ଉଚିତ୍ ଶିକ୍ଷା।
ସୂଚନା ଅନୁସାରେ, ଜଷ୍ଟିସ୍ ସଞ୍ଜିବ ଖାନ୍ନା ଓ ଜଷ୍ଟିସ୍ ଚନ୍ଦ୍ରଶେଖରଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ୨୮ ଫେବୃୟାରୀରେ ନିର୍ବାଚନ କମିଶନ ଓ ଆପ୍ ବିଧାୟକଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ।