ବଦଳାଗଲା ଦେବୀ ସୁଭଦ୍ରାଙ୍କ ରଥର ପହି

ପୁରୀ : ଶ୍ରୀକ୍ଷେତ୍ରରେ ରଥ ନିର୍ମାଣରେ ବିଭ୍ରାଟ ଘଟଣାରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ଫାଟଥିବା ପହିକୁ ବଦଳାଯାଇ ନୂଆ ପହି ଲଗାଯାଇଛି। ଏଥିସହ ନନ୍ଦିଘୋଷ ଓ ତାଳଧ୍ୱଜର ଫାଟ ଥିବା ଅଖ କାଠକୁ ମଧ୍ୟ ବଦଳାଯାଉଛି। ପ୍ରଶାସନ ପକ୍ଷରୁ ନୂଆ ଅଖ ପାଇଁ କାଠ ଯୋଗାଇଦିଆଯାଇଛି ଏବଂ ଆଜି ଏହାକୁ ପ୍ରସ୍ତୁତ କରିଦିଆଯିବ ବୋଲି ବିଶ୍ୱକର୍ମା ମହାରଣାଙ୍କ ପକ୍ଷରୁ ସୂଚନା ମିଳିଛି।

ସେହିପରି ତାଳଧ୍ୱଜ ରଥର ଦୁର୍ବଳ ଥିବା ୪୦ ଫୁଟିଆ ଧଉରା କାଠକୁ ମଧ୍ୟ ବଦଳାଯାଇଛି। ଗତକାଲି ଦେବଦଳନ ରଥର ପହି ଏବଂ ନନ୍ଦିଘୋଷ ଓ ତାଳଦ୍ୱଜ ରଥର ଅଖରେ ଫାଟ ଥିବା ସାମ୍ନାକୁ ଆସିଥିଲା। ରଥନିର୍ମାଣ କମିଟି ଏବଂ ଇଞ୍ଜିନିୟର ଟିମ୍‌ର ଯାଞ୍ଚ ପରେ ଏହି ତଥ୍ୟ ପଦାକୁ ଆସିଥିଲା। ଆସନ୍ତା କାଲି ଭଉଁରୀ ଯାତ୍ରାରେ ବିଧି ମୁତାବକ ରଥର ନାହାକା ଚକ ଓ ଅଖ ଡେରା ହେବ।

ଗତବର୍ଷ ମଧ୍ୟ ଜୁନ ୨୧ ତାରିଖରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାରେ ଥିବା ସମୟରେ ଦେବଦଳନ ରଥ ଅଖରେ ଫାଟ ସୃଷ୍ଟି ହୋଇଥିବା ଜଣାପଡିଥିଲା। ଓଟିଭିରେ ପ୍ରଥମେ ଏନେଇ ଖବର ପ୍ରସାରଣ ପରେ ଦେବଦଳନ ରଥର ଅଖକୁ ଯୁଦ୍ଧକାଳୀନ ଭିତ୍ତିରେ ପରିବର୍ତ୍ତନ କରାଯାଇଥିଲା।

 

ଆହୁରି ପଢ଼ନ୍ତୁ

ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ଜାହାଜରୁ ଖସି ପଡ଼ିଲେ ୩ ନାବିକ

ଆଜି ପବିତ୍ର ମହା ସପ୍ତମୀ; ଖାଁ ଖାଁ ଲାଗୁଛି ପୂଜା ମଣ୍ଡପ

ଜେଲ୍‌ ଗଲେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୨୮ କରୋନା ଆକ୍ରାନ୍ତ

‘ପ୍ରତିଦିନ ହୋଲସେଲ୍ ଓ ଖୁଚୁରା ଦୋକାନ ଯାଞ୍ଚ କର’

ଏଣିକି ଯୋଗାଣ ବିଭାଗର ୪ ବ୍ୟବସ୍ଥା ଅନଲାଇନ୍‌

You might also like