ନବୀନଙ୍କୁ ପରାସ୍ତ କରିବୁ: ଜୁଏଲ୍ ଓରାମ
ଭୁବନେଶ୍ୱର: ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି। ଉତ୍ତର ପୂର୍ବାଞ୍ଚଳ ନିର୍ବାଚନରେ ବିଜେପିର ସଫଳତା ପରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି।
ସେ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି,“ ଯେଉଁ ସଂସ୍ଥା ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସରକାରଙ୍କୁ ପୁରସ୍କୃତ କରିଥିଲା, ସେହି ସଂସ୍ଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପୁରସ୍କୃତ କରିଛି। ମାଣିକ ସରକାରଙ୍କୁ ଯେମିତି ପରାସ୍ତ କଲୁ ନବୀନଙ୍କୁ ବି ପରାସ୍ତ କରିବୁ।”
ସେହିପରି ବିଜେପି ସଭାପତି ଅମିତ ଶାହଙ୍କ ଉକ୍ତିଙ୍କୁ ଦୋହରାଇ ଜୁଏଲ ଓରାମ କହିଛନ୍ତି,“ ବେଙ୍ଗଲ, ଓଡ଼ିଶା ଓ କେରଳରେ ବିଜେପି ନ ଜିତିଲା ପର୍ଯ୍ୟନ୍ତ ସୁବର୍ଣ୍ଣ ଯୁଗ ଆସିବନି। ବିଜେପୁରରେ ହାରିଛୁ, ମରି ନାହୁଁ ଓ ତାକତ ଦେଖାଇଛୁ।”
ଓଡ଼ିଶାରେ ଦଳୀୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସମ୍ପର୍କରେ ମତ ରଖି ସେ କହିଛନ୍ତି,“ ଏନେଇ କେନ୍ଦ୍ରୀୟ ନେତୃତ୍ୱ ସ୍ଥିର କରିବେ। ବହୁ ଯୋଗ୍ୟ ଲୋକ ଅଛନ୍ତି।”’