ଅାମ୍ବ ଟାକୁଅା ଖାଇବା ଘଟଣା: ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି, ୨ ଗୁରୁତର

ନବରଙ୍ଗପୁର: ପୁଣି ଫେରିଲା ଆମ୍ବ ଟାକୁଆ ଟ୍ରାଜେଡି। ଟାକୁଅା ଗୁଣ୍ଡରେ ପ୍ରସ୍ତୁତ ଖାଦ୍ୟ ଖାଇ ଗୋଟିଏ ପରିବାରର ୨ ଯାଅା ଏବଂ ଜଣେ ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଶିଶୁର ଅବସ୍ଥା ଗୁରୁତର ରହିଛି। ନବରଙ୍ଗପୁର ଝରିଗାଁ ବ୍ଲକ୍ ମଇନାପଦର ଗାଁରେ ଘଟିଛି ଏହି ଘଟଣା। ସୂଚନା ଅନୁଯାୟୀ ଗତକାଲି ଗାଁର ଡମ୍ବୁରୁ ସାନ୍ତାଙ୍କ ଘରେ ଅାମ୍ବ ଟାକୁଅାରେ ପ୍ରସ୍ତୁତ ଖାଦ୍ୟ ହୋଇଥିଲା।

ତେବେ ଏହାକୁ ଖାଇବାର କିଛି ସମୟ ପରେ ତାଙ୍କ ନାବାଳିକା ନାତୁଣୀ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଥିଲା। ଏହାପରେ ଏହାକୁ ଖାଇ ଅସୁସ୍ଥ ଥିବା ପରିବାରର ଅନ୍ୟ ୩ ଜଣଙ୍କୁ ପ୍ରଥମେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଅାଜି ସକାଳେ ଡମ୍ବୁରୁ ସାନ୍ତାଙ୍କ ବଡ଼ ବୋହୂ ସୁଧାମଣି ସାନ୍ତାଙ୍କ ମୃତ୍ୟୁ ହୋଇଥିବା ବେଳେ ପରେ ସାନ ବୋହୂ ପ୍ରମିଳା ସାନ୍ତାଙ୍କ ମୃତ୍ୟୁ ହୋଇଛି।

ନାତି ପ୍ରକାଶ ସାନ୍ତା ଅବସ୍ଥା ମଧ୍ୟ ଗୁରୁତର ରହିଛି। ସେପଟେ ଏହି ଖବର ଜଣାପଡିବା ପରେ ଝରିଗାଁରୁ ଏକ ଡାକ୍ତରୀ ଦଳ ଗାଁକୁ ଯାଇ ଉକ୍ତ ଖାଦ୍ୟ ଖାଇଥିବା ଅନ୍ୟମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛି। ଝରିଗାଁ ବିଡିଓ ଓ ତହସିଲଦାର ମଧ୍ୟ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

You might also like