ସୈତାନ୍‌ ସାର୍‌ଙ୍କ ପାଇଁ ମୃତ୍ୟୁ

ମାଲକାନଗିରି ଶିଖାପାଲ୍ଲୀ ସେବାଶ୍ରମରେ ଛାତ୍ରୀ ମୃତ୍ୟୁ ଘଟଣା

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଶିଖାପାଲ୍ଲୀ ସେବାଶ୍ରମରେ ଛାତ୍ରୀ ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା। ପ୍ରଧାନ ଶିକ୍ଷକଙ୍କ ଯୌନ ନିର୍ଯାତନାରେ ଅତିଷ୍ଠ ହୋଇ ଛାତ୍ରୀ ଜଣଙ୍କ ଅାତ୍ମହତ୍ୟା କରିଥିଲେ ବୋଲି ପୁଲିସ ସୂଚନା ଦେଇଛି।

ପ୍ରଧାନ ଶିକ୍ଷକଙ୍କ ନିର୍ଯାତନା ସମ୍ପର୍କରେ ଛାତ୍ରୀ ଜଣଙ୍କ ଖାତାରେ ଉଲ୍ଲେଖ କରିଛନ୍ତି। ସେବାଶ୍ରମର ଅାଉ ଜଣେ ଛାତ୍ରୀ ମଧ୍ୟ ଅନୁରୂପ ଅଭିଯୋଗ ଅାଣିଛନ୍ତି। ସୈତାନ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ପୁଲିସ ଦୁଇଟି ମାମଲା ରୁଜୁ ସହ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିଛି।

ହାତ ଶିରା କଟିଥିବା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ମିଳିଥିଲା।

You might also like