ତାମିଲନାଡୁରେ ଓଡିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ
ଭୁବନେଶ୍ୱର: ତାମିଲନାଡୁରେ ଓଡିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ। ମୃତକମାନେ ହେଲେ ଯାଜପୁର ସଦର ଥାନା ଝାଲପଡା ଗ୍ରାମର ଘନ ମଲିକ, ବରୀ ଥାନା ହଳଦି ବସନ୍ତ ଗ୍ରାମର ପଇ ଦଳେଇ ଓ କେନ୍ଦୁଝର ତେଲକୋଇ ଥାନା ପାଟକେଲିପୁର ଗ୍ରାମର ସନାତନ ମୁଣ୍ଡା।
ଏମାନେ ସମସ୍ତେ ତାମିଲନାଡୁ ବଡମୁଦୁରାଇରେ ଥିବା ବନାରିବାସ ସୂତା କଳରେ କାମ କରୁଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ କିଛି ଦିନ ତଳେ ଓଡିଆ ଶ୍ରମିକ ଏବଂ ତାମିଲ ଶ୍ରମିକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହାପରେ ତିନିଜଣ ଓଡିଆ ଶ୍ରମିକଙ୍କ ମୃତଦେହ ସେଠାରେ ଥିବା ବାମ୍ଫିରୁ ଉଦ୍ଧାର ହୋଇଥିଲା।
ବର୍ତ୍ତମାନ ସୁଦ୍ଧାର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ କଂପାନୀ କର୍ତ୍ତୃପକ୍ଷ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।