ଆଉ ୨ଟି ମୃତଦେହ ଉଦ୍ଧାର
ରାଉରକେଲା : ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଟନେଲ-୯ରେ ୫ଜଣ ଫସିବା ଘଟଣାରେ ଆଜି ଆଉ ଦୁଇଟି ମୃତଦେହ ମିଳିଛି। ଉଦ୍ଧାରକାରୀ ଦଳ ବହୁ ଖୋଜାଖୋଜି କରିବା ପରେ ୨ଟି ମୃତଦେହ ଉଦ୍ଧାର କରିଛନ୍ତି। ପୂର୍ବରୁ ଗୋଟିଏ ମୃତଦେହ ଉଦ୍ଧାର କରାଯାଇଥିଲା।
ଆହୁରି ପଢ଼ନ୍ତୁ
ବର୍ଜ୍ୟ ଲୁହା ସଂଗ୍ରହ କରିବାକୁ ଯାଇ ୪ ଜଣ ଫସିଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ଜଣେ ଫସିଥିଲେ। ଏବେବି ଆହୁରି ୨ଟି ମୃତଦେହ ଉଦ୍ଧାର କରିବାକୁ ଲାଗିପଡିଛନ୍ତି ଉଦ୍ଧାରକାରୀ ଟିମ୍।