ଶିବ ମନ୍ଦିରରେ ଶବ

ଢେଙ୍କାନାଳ : ଶିବ ମନ୍ଦିରରେ ଶବ। ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଚିତ୍ତଲପୁରରେ ଥିବା ଉଗ୍ରେଶ୍ୱର ଶିବ ମନ୍ଦିରରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ସ୍ଥାନୀୟ ନୂଆପାଟଣା ଗାଁର ନିରଞ୍ଜନ ସାହୁ। ମନ୍ଦିର ପରିସରରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।

ନିରଞ୍ଜନ ୨୧ ଦିନ ଧରି ମାନସିକ ପୂରଣ ଉଦ୍ଦେଶ୍ୟରେ ଏହି ମନ୍ଦିରରେ ଅଧିଆ ପଡ଼ିଥିଲେ। ତେବେ କେଉଁ କାରଣରୁ ଆତ୍ମହତ୍ୟା କଲେ ସେନେଇ ତଦନ୍ତ କରୁଛି ରାସୋଳ ଥାନା ପୋଲିସ।

ଆହୁରି ପଢ଼ନ୍ତୁ

You might also like