ମନ୍ଦିର ପରିସରରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀର କାନନବିହାର କପିଳେଶ୍ୱର ମନ୍ଦିର ପରିସରରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାଁ ଦିଲୀପ ପରିଚ୍ଛା। ତାଙ୍କ ଘର ଭଦ୍ରକ ଜିଲ୍ଲା ଆଗରପଡ଼ାରେ ବୋଲି ଜଣାପଡ଼ିଛି। ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ ହୋଇଛି। ଏହା ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିବା ବେଳେ ପରିବାର ଲୋକେ କିନ୍ତୁ ହତ୍ୟା ବୋଲି ସନ୍ଦେହ କରୁଛନ୍ତି। ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ମଧ୍ୟ ହୋଇଛି। ମୃତ ଦିଲୀପ ନିକଟସ୍ଥ ଏକ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବେ କାମ  କରୁଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

You might also like