ଗୋବିନ୍ଦାଙ୍କ ସହ ଷ୍ଟେଜ୍ ସେୟାର କଲେ ଡ୍ୟାନ୍ସିଂ ଅଙ୍କଲ

ନୂଆଦିଲ୍ଲୀ: ଗୋବିନ୍ଦାଙ୍କ ଷ୍ଟାଇଲ୍‌ରେ ନାଚି ସୋସିଆଲ ମିଡିଆରେ ରାତାରାତି ଷ୍ଟାର ବନିଯାଇଥିବା ଡ୍ୟାନ୍ସିଂ ଅଙ୍କଲ ଓରଫ୍ ପ୍ରଫେସର ସଂଜୀବ ଶ୍ରୀବାସ୍ତବକଙ୍କ ସ୍ୱପ୍ନ ପୂରଣ ହୋଇଛି । ସେ ଯାହାକୁ ନିଜର ଆଦର୍ଶ ବୋଲି ମାନୁଥିଲେ ତାଙ୍କ ସହ ଷ୍ଟେଜ୍ ସେୟାର କରିଛନ୍ତି ଏକ ଟିଭି ଶୋରେ।  ନିକଟରେ ଡ୍ୟାନ୍ସିଂ କି ଦିୱାନେ ନାମକ ଟିଭି ଶୋରେ ସେ ଗୋବିନ୍ଦାଙ୍କ ସହ  ଡ୍ୟାନ୍ସ କରିଥିଲେ।

Sanjeev10-750x430ଗୋବିନ୍ଦାଙ୍କ ସହ ଡ୍ୟାନ୍ସ କରି ପ୍ରଫେସର ଶ୍ରୀବାସ୍ତବ ଏତେ ଖୁସି ହୋଇଯାଇଥିଲେ ଯେ ସେ ତଳେ ଆଣ୍ଠେଇ ପଡି ହାତ ହାତ ଯୋଡ଼ିବାକୁ ପଛେଇ ନ ଥିଲେ ଥିଲେ। ଗୋବିନ୍ଦାଙ୍କ ସହ ଷ୍ଟେଜ୍ ସେୟାର କରିବା ପରେ ସେ କହିଛନ୍ତି ଯେ, ଏହା ତାଙ୍କ ଜୀବନର ସବୁଠୁ ଖୁସିର ମୂହୂର୍ତ୍ତ ।


ସେ ତାଙ୍କର ଖୁସି ନିଜ ଟ୍ବିଟର ପୃଷ୍ଠାରେ ବ୍ୟକ୍ତ କରିଛନ୍ତି ଓ ଗୋବିନ୍ଦାଙ୍କ ସହ ଫଟୋ ମଧ୍ୟ ସେୟାର କରିଛନ୍ତି । Sanjeev12-750x430

ଅନ୍ୟ ଏକ ଟିଭି ଶୋ’ ‘ଦଶ କା ଦମ’ ରେ ସେ ସଲମାନଙ୍କ ସହ ମଧ୍ୟ ଖୁବ ମସ୍ତିର ସହ ନାଚି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ ।

ପୂର୍ବରୁ ଗୋବିନ୍ଦା ପ୍ରଫେସର୍‌ ଶ୍ରୀବାସ୍ତଙ୍କୁ ପ୍ରଶଂସା କରି କହିଥିଲେ ବଲିଉଡ୍‌ରେ ବହୁ ଷ୍ଟାର ମୋ ନୃତ୍ୟ ଶୈଳୀକୁ ଅନୁକରଣ କରିଛନ୍ତି, କିନ୍ତୁ ଅଧିକାଂଶ ଅସଫଳ। ହେଲେ ପ୍ରଫେସର୍‌ ଶ୍ରୀବାସ୍ତଙ୍କ ଷ୍ଟେପ୍‌ ଉଚ୍ଚକୋଟୀର ।

ଉଲ୍ଲେଖନୀୟ ଯେ, ଏକ ଫ୍ୟାମିଲି ୱେଡିଂ ଉତ୍ସବରେ ବଲିଉଡ୍‌ର ପ୍ରସିଦ୍ଧ କଳାକାର ଗୋବିନ୍ଦାଙ୍କ ଭଳି ତାଙ୍କର ଗୀତରେ ନାଚି ସେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚିତ ହୋଇଥିଲେ । ୧୯୮୭ ମସିହାରେ ରିଲିଜ୍‌ ହୋଇଥିବା ଗୋବିନ୍ଦା-ନିଲମଙ୍କ ଅଭିନୀତ ‘ଖୁଦ୍‌ଗର୍ଜ’ ଫିଲ୍ମର ‘ ଆପ୍‌କେ ଆ ଜାନେ ସେ’ଗୀତରେ ଶ୍ରୀବାସ୍ତବ ନାଟିଥିଲେ । ଆଉ ଏହାର ଭିଡିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି। ରାତାରାତି ସେ ଜଣେ ଷ୍ଟାର ପାଲଟିଥିଲେ।

ଆହୁରି ପଢ଼ନ୍ତୁ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

You might also like