ଡ଼୍ୟାନ୍ସିଂ ଅଙ୍କଲଙ୍କ କମ୍‌ ବ୍ୟାକ୍‌, ଏଥର ଏହି ଅଭିନେତାଙ୍କ ଗୀତରେ ଧୂମ୍‌ ନାଚିଲେ

ମୁମ୍ବାଇ: ରାତାରାତି ସୋସିଆଲ ମିଡ଼ିଆରେ ଡ଼୍ୟାନ୍ସିଂ ଅଙ୍କଲ୍ ନାମରେ ଛାଇ ଯାଇଥିବା ସଞ୍ଜୀବ ଶ୍ରୀବାସ୍ତବ କିଛିଦିନର ବ୍ୟବଧାନ ପରେ ପୁଣି ଥରେ ଫେରିଛନ୍ତି। ଏଥର କିନ୍ତୁ ଆଉ ଜଣେ ବଲିଉଡ଼ ସୁପରଷ୍ଟାରଙ୍କ ଏକ ଗୀତକୁ ନେଇ।

ନିଜର ଡ଼୍ୟାନ୍ସିଂ ଷ୍ଟାଇଲରେ ସମସ୍ତଙ୍କ ମନ ଜିଣି ରାତାରାତି ଷ୍ଟାର ପାଲଟିଥିବା ସଞ୍ଜୀବ ବଲିଉଡ଼ ସୁପରଷ୍ଟାର ହ୍ରିତିକ୍ ରୋଶନଙ୍କ ହିଟ୍ ଗୀତ ‘କହୋନା ପ୍ୟାର୍‌ ହେ’ ଡ୍ୟାନ୍ସ କରି ପୁଣି ଥରେ ଇଣ୍ଟରନେଟ୍‌ରେ ଫାୟାର ଲଗାଇ ଦେଇଛନ୍ତି। ଏହି ଡ୍ୟାନ୍ସ ଭିଡ଼ିଓକୁ ମଧ୍ୟ ଦର୍ଶକ ଅଧିକ ପ୍ରଶଂସା କରିଛନ୍ତି। ଗୀତର ତାଳେ ତାଳେ ସେ ଯେଉଁ ଷ୍ଟେପ୍‌ କରୁଛନ୍ତି ଦର୍ଶକ ଅଧିକ ପ୍ରଶଂସା କରିଛନ୍ତି।

ଏହି ଭିଡ଼ିଓକୁ ସେ ଜୁଲାଇ ୩ରେ ତାଙ୍କ ଟ୍ୱିଟରରେ ସେୟାର କରିବା ସହ ଲେଖିଛନ୍ତି, ‘ଡ୍ୟାନ୍ସିଂ ଲିଜେଣ୍ଡ୍‌ ହ୍ରିତିକଙ୍କୁ ଏହି ଭିଡିଓ ଉତ୍ସର୍ଗ କରୁଛି’। ଏକ ମିନିଟ୍ ୧୮ ସେକେଣ୍ଡର ଏହି ଭିଡ଼ିଓରେ ହଜାରରୁ ଅଧିକ ଲାଇକ୍ ମିଳିବା ସହ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ପେସାରେ ପ୍ରଫେସର୍ କିନ୍ତୁ ଡ୍ୟାନ୍ସ ତାଙ୍କର ମଚାଇଛି ଧୁମ୍। ସଞ୍ଜୀବ ଶ୍ରୀବାସ୍ତବ ଜଣେ ଆସିଷ୍ଟାଣ୍ଟ୍‌ ପ୍ରଫେସର ଭାବେ ଭୋପାଳର ଭାବା ଇଞ୍ଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ରେ ପଢ଼ାନ୍ତି।
dancing uncle

uncle dance

କିଛିଦିନ ତଳେ ଏକ ବିବାହ ଉତ୍ସବରେ ଯୋଗଦେଇଥିବା ବେଳେ ତାଙ୍କର ଏକ ଡ୍ୟାନ୍ସ ମୁଭ୍ ପୂରା ଭାଇରାଲ ହୋଇଥିଲା। ସେ ୧୯୮୭ ମସିହାର ବଲିଉଡ଼ ଅଭିନେତା ଗୋବିନ୍ଦାଙ୍କ ଅଭିନୀତ ‘ଖୁଦ୍‌ଗର୍‌ଜ୍‌’ ର ଏକ ଗୀତରେ ଡ୍ୟାନ୍ସ କରିଥିଲେ। ଯାହାକୁ ଦର୍ଶକ ଅଧିକ ପସନ୍ଦ କରିଥିଲେ। ଏହାପରେ ସୋସିଆଲ୍ ମିଡିଆରେ ତାଙ୍କ ଫଲୋର୍ସଙ୍କ ସଂଖ୍ୟା ଢ଼େର ଗୁଣ ବଢ଼ିବାରେ ଲାଗିଛି।

You might also like
Comments
Loading...