ଓମ୍ଫେଡ୍ ମିଲ୍କ ପାଉଚ୍ ପଲିଥିନ କିଣାରେ ଦୁର୍ନୀତି ଅଭିଯୋଗ
ଭୁବନେଶ୍ୱର : ଚାରା ପରେ ଅାଜି ଅାଉ ଏକ ଦୁର୍ନୀତି ଅଭିଯୋଗ ଅାଣିଛନ୍ତି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ। ଓମ୍ଫେଡ୍ ମିଲ୍କ ପାଉଚ୍ ପଲିଥିନ କିଣାରେ ୩୦ କୋଟିର ଦୁର୍ନୀତି ଅଭିଯୋଗ ଅାଣିଛନ୍ତି। ତତ୍କାଳୀନ ଓମ୍ଫେଡ୍ ଏମ୍ଡି ଭିଜିଲାନ୍ସ ତଦନ୍ତ ପାଇଁ ଲେଖିଥିଲେ। କିନ୍ତୁ ସରକାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ବୋଲି ସେ କହିଛନ୍ତି।
ସେହିପରି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ସମୟରେ ଏହି ଦୁର୍ନୀତି ହୋଇଥିବା ଅଭିଯୋଗ ଅାଣି ମନ୍ତ୍ରୀପଦ ଯିବାରେ ମହାରଥୀ ଅନ୍ୟତମ ଭାଗିଦାରୀ ବୋଲି ସେ କହିଛନ୍ତି। ଅନ୍ୟପଟେ ଦାମଙ୍କ ଏଭଳି ଅାକ୍ଷେପର ଜବାବ ରଖିଛନ୍ତି ମନ୍ତ୍ରୀ ପ୍ରଦୀପ ମହାରଥୀ। ଦାମଙ୍କ ସବୁ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି।