ଦାମଙ୍କ ଭାଷାରେ ପାଣ୍ଡିଆନ ଜଣେ କିରାଣି ! ତାଙ୍କ ପାଖରେ ମୋର କି କାମ?

ଭୁବନେଶ୍ୱର: ପୁଣି ହଟଚମଟ କଲେ ଦାମ । ସାମ୍ବାଦିକଙ୍କ ପ୍ରଶ୍ନର ବେପରୁଆ ଉତ୍ତର ଦେଇଛନ୍ତି ବରିଷ୍ଠ ବିଜେଡ଼ି ନେତା ଦାମୋଦର ରାଉତ । ରବିବାର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ଉଦ୍ଦେଶ୍ୟରେ ସେ କିଏ (?)…. ‘ମୁଁ ଜଣେ ରାଜନେତା, କିରାଣିଙ୍କ ସହ ମୋର କି କାମ (?) ବୋଲି କହିଛନ୍ତି ଦାମ।

ପାଣ୍ଡିଆନ ଛାୟା ମୁଖ୍ୟମନ୍ତ୍ରୀ ରହି ଅଗଣତାନ୍ତ୍ରିକ ଭାବେ କ୍ଷମତାର ଅପବ୍ୟବହାର କରୁଥିବା ପ୍ରଶ୍ନ ଉପରେ ମନ୍ତବ୍ୟ ରଖି ଦାମ କହିଲେ ଯେ, ଓଡ଼ିଶା ସେକ୍ରେଟାରିଏଟ୍‌ରେ ୪ ହଜାର କର୍ମଚାରୀ ଅଛନ୍ତି, ତାଙ୍କ ଭିତରେ ସେ ଜଣେ ହୋଇଥିବେ। ମୁଁ ତାଙ୍କୁ କେବେ ଦେଖିନି କି ଚିହ୍ନିନି । ସେ ଆହୁରି କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ୫୦ ଲୋକ ଅଛନ୍ତି । ତାଙ୍କ ଭିତରେ ସେ ଜଣେ ହୋଇଥିବେ, ତାଙ୍କୁ ଆପଣ ଏତେ ଗୁରୁତ୍ୱ କାହିଁ (?) ଦେଉଛନ୍ତି ବୋଲି ଦାମ ପ୍ରଶ୍ନ କରିଛନ୍ତି ।

ଛାୟା ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ ସେ କହିଲେ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଦ୍ୱିତୀୟ କ୍ଷମତାକେନ୍ଦ୍ରକୁ ସେ ବିଶ୍ୱାସ କରୁନାହାନ୍ତି । ପ୍ୟାରୀ ମହାପାତ୍ର ଚାଲିଗଲେଣି, କିନ୍ତୁ ତାଙ୍କୁ ଦ୍ୱିତୀୟ କ୍ଷମତାକେନ୍ଦ୍ର ବୋଲି ସେ ବିଶ୍ୱାସ କରୁ ନ ଥିଲେ ।

You might also like